ଭୟଙ୍କର କ୍ଷୟକ୍ଷତି ଭିତରେ ପୁଣିଥରେ ତୁର୍କୀରେ ଭୂମିକମ୍ପ

0

ତୁର୍କୀରେ ମଙ୍ଗଳବାର ଦିନ ଅର୍ଥାତ ଆଜି ପୁଣିଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ମପାଯାଇଥିଲା। ଗତ ଦିନ ଭଳି ଶକ୍ତିଶାଳୀ ଭୂକମ୍ପ ତୁର୍କୀ ଓ ସିରିଆରେ ଭୟଙ୍କର କ୍ଷୟକ୍ଷତି କରିସାରିଛି। ତୁର୍କୀ ଓ ପଡୋଶୀ ଦେଶ ସିରିଆରେ ସୋମବାର ଆସିଥିବା ୭.୮ ତୀବ୍ରତାରେ ଶକ୍ତିଶାଳି ଭୂକମ୍ପରେ ୪୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା, ସେଭଳି ହଜାର ହଜାର ସଂଖ୍ୟାରେ ଲୋକ ଆହତ ହୋଇଥିଲେ।

ଭୂକମ୍ପ କାରଣରୁ ବହୁ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବରେ ମାଟିରେ ମିଶି ଯାଇଥିଲା। ଏବେ ବି ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି, କାରଣ ଉଦ୍ଧାକାରୀ ଦଳ ପ୍ରଭାବିତ ଅଞ୍ଚଳରେ ଫଶିଥିବା ଲୋକଙ୍କ ସନ୍ଧାନରେ ଅଛନ୍ତି। ସୋମବାର ସବୁଠାରୁ ପ୍ରଥମେ ୭.୮ ତୀବ୍ରତାରେ ଭୂକମ୍ପ ଆସିଥିଲା। ଏହାପରେ ଭୂକମ୍ପର ଆହୁରି ଝଟକା ଆସିଥିଲା, ଯାହାର ତୀବ୍ରତା କ୍ରମଶଃ ୭.୬ ଓ ୬.୦ ଥିଲା। ଆଜି ପୁଣିଥରେ ଭୂକମ୍ପର ଝଟକା ଲୋକଙ୍କୁ ଡରାଇ ଦେଇଛି।

Leave a comment