କାଦମ୍ବିନୀରେ ପ୍ରକାଶ ପାଇବ ଦୂତୀ ଚାନ୍ଦଙ୍କ ପ୍ରେମ କାହାଣୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନ୍ତର୍ଜାତୀୟ ଧାବିକା ଦୂତୀ ଙ୍କ ବ୍ୟକ୍ତିଗତ ଜୀବନ ନେଇ ଅନେକ କଥା ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ମାତ୍ର ପାରିବାରିକ ପତ୍ରିକା କାଦମ୍ବିନୀରେ ପ୍ରଥମଥର ପାଇଁ ସମ୍ନାକୁ ଆସିବେ ଦୂତୀ ଏବଂ ତାଙ୍କ ପାର୍ଟନର ମୋନାଲିସା । କାଦମ୍ବିନୀ ପତ୍ରିକାର କଭର ପେଜ ପାଇଁ ଦୂତୀ ଓ ମୋନାଲିସାଙ୍କୁ ନେଇ ଅତି ଅନ୍ତରଙ୍ଗ ଭାବେ ଫଟୋସୁଟ୍ କରାଯାଇଥିଲା ।

ଦୁହିଁଙ୍କ ସଂପର୍କଙ୍କୁ ନେଇ କାଦମ୍ବିନୀର ସଂପାଦିକା ଇତି ସାମନ୍ତ କହିଛନ୍ତି, ୨୦୧୭ରେ ଦୂତୀଙ୍କ ଗାଁରେ ଖୁଦୁରୁକୁଣୀ ପୂଜାବେଳେ ମୋନାଲିସାଙ୍କ ସହ ଦୂତୀଙ୍କର ସାକ୍ଷାତ ହୋଇଥିଲା । ଏହାପରେ ଦୁହେଁ ଦୁହିଁଙ୍କୁ ସାଥୀ ଭାବେ ବାଛି ନେଇଥିଲେ । ଦୂତୀ ତାଙ୍କୁ ଉପହାର ଦିଅନ୍ତି ଏବଂ ଉଭୟେ ଏକାଠି ଭାଲେଣ୍ଟାଇନ ଡେ ପାଳନ କରନ୍ତି ବୋଲି ଖୋଲାଖୋଲି ସ୍ୱୀକାର କରିଛନ୍ତି । ଏବେ ଏକାଠି ରହୁଥିବାବେଳେ ଆଗକୁ ମଧ୍ୟ ମୋନାଲିସାଙ୍କ ସହ ଏକାଠି ରହିବେ ବୋଲି କହିଛନ୍ତି ଧାବିକା ଦୂତୀ ଚାନ୍ଦ । ଏହାସହ ଦୂତୀ ଏବଂ ମୋନାଲିସାଙ୍କ ପ୍ରେମ କାହାଣୀ ପ୍ରଥମଥର ପାଇଁ ଲୋକଲୋଚନକୁ କାଦମ୍ବିନୀ ପତ୍ରିକା ଆଣିବାକୁ ଯାଉଥିବା ଇତି ସାମନ୍ତ କହିଛନ୍ତି ।

Leave a comment