ଏସୀୟ କ୍ରୀଡ଼ାରେ ଦୁତିଙ୍କୁ ରୌପ୍ୟ, ନବୀନ ଦେଲେ ଦେଢ଼ କୋଟି ଅର୍ଥରାଶି ପୁରସ୍କାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ୨୦୧୮ ପ୍ରତିଯୋଗିତାରେ ଭାରତ ପାଇଁ ଗତକାଲି ରୌପ୍ୟ ପଦକ ହାସଲ କରିଥିଲେ ଓଡ଼ିଆ ଧାବିକା ଦୁତି ଚାନ୍ଦ । ୧୧.୩୨ ସେକେଣ୍ଡରେ ଦୂତି ୧୦୦ ମିଟରର ଦୂରତାକୁ ଅତିକ୍ରମ କରି ଏହି ପଦକ ହାସଲ କରିଥିଲେ । ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରତିଯୋଗୀ ଓ ଦୁତିଙ୍କ ସମୟ ମଧ୍ୟରେ ଏକ ମଇକ୍ରୋ ସେକେଣ୍ଡର ବ୍ୟବଧାନ ରହିଥିଲା । ଦୁତିଙ୍କ ଏହି ସଫଳତା ଓଡ଼ିଶା ବାସୀଙ୍କୁ ଗର୍ବିତ କରାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁତିଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଦେଢ଼ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ପୂର୍ବରୁ ୨୦ବର୍ଷ ତଳେ ୧୯୯୮ ରେ ଓଡିଶାର ପୂର୍ବତନ ଧାବିକା ରଚିତା ପଣ୍ଡା ମିସ୍ତ୍ରୀ ଓଡିଆ ଝିଅ ଭାବେ ଏସୀୟ କ୍ରୀଡାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଓଡିଶାର ଆଥଲେଟ୍ ମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଖୁବଶୀଘ୍ର ରାଜ୍ୟ ସରକାର ରାଜ୍ୟସ୍ତରୀୟ ଆଥଲେଟିକ୍ ଏକାଡେମୀ କରିବାକୁ ନିଷ୍ପତି ନେଇଛନ୍ତି ।