ସିନ୍ ସୁଟ ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଲବମରେ ହିରୋଇନ କରେଇ ଦେବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ । ଅଭିଯୁକ୍ତର ଭଡ଼ା ଘରେ ସାଇଣ୍ଟିଫିକ ଟିମ ଓ ଭରତପୁର ପୋଲିସର ତନାଘନା କରି ଗାମୁଛା, ତକିଆ ସହିତ ପୋଲିସ ଡ୍ରେସ ଓ ସଦିଗ୍ଧ ସାମଗ୍ରୀ ଜବତ କରିଛି ।
ସୂଚନା ଥାଉକି, 3 ତାରିଖ ବିଳମ୍ବିତ ରାତିରେ ସୁରଜ ସାମଲ ଓ ବିଷ୍ଣୁ ନାମକ ଦୁଇ ଜଣ ଜୁନିୟର ଆର୍ଟିଷ୍ଟ ଜଣେ ନାବାଳିକାଙ୍କୁ ଅଭିନୟ କରିବାକୁ କହି ଡାକି ନେଇଥିଲେ । ଦିନରେ ସୁଟିଂ କରିଥିବାବେଳେ ରାତିରେ କିଡନାପ୍ ସିନ ଥିବା କହିଥିଲେ ଅଭିଯୁକ୍ତ । ଏକ ଘରେ ରାତିରେ ତାଙ୍କ ମୁହଁରେ କପଡ଼ା ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରୀ ।