ଦୁଷ୍କର୍ମ ଓ ଗର୍ଭବତୀ କରିବା ଅଭିଯୋଗରେ ୩୫ ଦିନ ଜେଲ୍ରେ ରହିଲେ କିଶୋର, ଡିଏନଏ ଟେଷ୍ଟରେ ସାମ୍ନାକୁ ଆସିଲା ସତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଷ୍କର୍ମ କରିବା ଏବଂ ଗର୍ଭବତୀ କରିବା ନାବାଳିକାର ମିଥ୍ୟା ଅଭିଯୋଗରେ ଜଣେ ୧୮ ବର୍ଷୀୟ କିଶୋରଙ୍କୁ ପୋଲିସ ରିମାଣ୍ଡରେ ୩୫ ଦିନ ଧରି ଜେଲ୍ରେ ରହିବାକୁ ପଡିଛି। ଡିଏନଏ ଟେଷ୍ଟ ହେବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି ଏବଂ ବାଳକ ଜଣକ ନିର୍ଦ୍ଦୋଷରେ ମୁକ୍ତ ହୋଇଛନ୍ତି। ଏମିତି ଘଟଣା ଘଟିଛି କେରଳର ଥିରୁରଙ୍ଗାଡି ଜିଲଲାର ମଲ୍ଲାପୁରମ ଜିଲ୍ଲାରେ ଘଟିଛି।
୧୮ ବର୍ଷୀୟ ବାଳକ ଶ୍ରୀନାଥଙ୍କ ବିରୋଧରେ ପୀଡିତା ନାବାଳିକା ମିଥ୍ୟା ଅଭିଯୋଗ ଆଣିଥିଲେ। ପୀଡିତା ୧୭ ବର୍ଷୀୟ ନାବାଳିକା ଶ୍ରୀନାଥଙ୍କ ପଡୋଶୀ। ଶ୍ରୀନାଥ ତାଙ୍କୁ ଦୁଷ୍କର୍ମ କରିବା ସହ ଗଭର୍ଭତୀ କରିଥିବା ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଗତ ମାସରେ ଶ୍ରୀନାଥଙ୍କୁ ତାଘ ଘରୁ ଉଠାଇ ନେଇଥିଲେ। ପରେ ବିଚାର ବିଭାଗୀୟ ହାଜତରେ ତାଙ୍କୁ ରଖାଯାଇଥିଲା। ପୋକ୍ସୋ ଆକ୍ଟରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାରୁ ଶ୍ରୀନାଥଙ୍କୁ ଜାମିନ ମଧ୍ୟ ମିଳିନଥିଲା। ଏହା ପରେ ବି ଶ୍ରୀନାଥ ନିଜକୁ ନିର୍ଦ୍ଦୋଷ କହି ଚାଲିଥିଲେ। ଡିଏନଏ ଟେଷ୍ଟ କରାଯାଉ ବୋଲି ଦାବି ହୋଇଥିଲା। ଡିଏନଏ ରିପୋର୍ଟରୁ ଜଣା ପଡିଥିଲା ଯେ, ନାବାଳିକାଙ୍କ ଏହି ଅବସ୍ଥା ପାଇଁ ଶ୍ରୀନାଥ ଦାୟୀ ନୁହନ୍ତି। ଏହା ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା।
ଶ୍ରୀନାଥ ପରିବାରର ଚାରି ଜଣ ପିଲାଙ୍କ ମଧ୍ୟରୁ ତୃତୀୟ ପୁଅ। ବାପା ରାଜନ ଦିନ ମଜୁରିଆ ହୋଇଥିବା ବେଳେ ମା ଶ୍ରୀମଥି ଅଙ୍ଗନଓ୍ଵାଡି କର୍ମୀ। ଶ୍ରୀନାଥଙ୍କ ମାମୁଁ ସୁରେଶ କୁମାର କହିଛନ୍ତି ଯେ, ତାଙ୍କ ପରିବାର ସେତେ ପାଠୁଆ ନୁହନ୍ତି। ଶ୍ରୀନାଥ ବହୁ କଷ୍ଟରେ ଯୁକ୍ତ ୨ ପଢିଛି। କିନ୍ତୁ ତା ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇ ଜୀବନକୁ ବରବାଦ କରିବାକୁ ଚେଷ୍ଟା କରାଯାଇଛି। ଶ୍ରୀନାଥ ଦୁଷ୍କର୍ମ କେସରେ ଗିରଫ ହେବା ପରେ ତାଙ୍କର ଅନେକ ପଡୋଶୀ ଏବଂ ସାଙ୍ଗ ପରିବାରଠୁ ଦୂରେଇ ଯାଇଥିଲେ। ତାଙ୍କୁ ସମାଜରେ ଅନେକ ଟାହି ଟାପରା ଶୁଣିବାକୁ ପଡିଛି। ଲୋକେ ପରିବାର ଲୋକଙ୍କୁ ଘୃଣା ଚକ୍ଷୁରେ ଦେଖିଛନ୍ତି।
ସେ କହିଛନ୍ତି, ପୋଲିସ କେବଳ ଉପର ଠଉରିଆ ତଦନ୍ତ କରି ଶ୍ରୀନାଥକୁ ଗିରଫ କରି ନେଲେ। ହେଲେ ପରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛି। ନାବାଳିକା ଅଭିଯୋଗ କରିଥିଲେ ଯେ, ଶ୍ରୀନାଥ ବଳପୂର୍ବକ ଘରକୁ ଟେକି ନେଇ ବଳାତ୍କାର କରିଥିଲା। ହେଲେ ଯେଉଁ ଦିନ ତାର ଦୁଷ୍କର୍ମ ହୋଇଥିଲା ସେ ଦିନ ଏପ୍ରିଲ ମାସର ରବିବାର ଥିଲା ବୋଲି ନାବାଳିକା କହିଥିଲେ। ହେଲେ ସାଧାରଣତଃ ରବିବାର ସମସ୍ତ ପରିବାର ବର୍ଗ ଘରେ ରହିଥାନ୍ତି।
ଶ୍ରୀନାଥ କହିଛି ଯେ, ସେ ଜୁନିୟର କଲେଜରେ ଝିଅଙ୍କଠୁ ଦୂରେଦଇ ରହିଥାଏ। ହେଲେ ସେ ଚକିତ ଯେ, ନାବାଳିକା ତାଙ୍କ ପ୍ରତି ଏତେ ବଡ ମିଥ୍ୟା ଅଭିଯୋଗ ଆଣିପାରିଲା। ତାଙ୍କ ମାମୁଁ ସୁରେଶ କହିଛନ୍ତି ଯେ, ପରିବାର ବର୍ଗ ହରାଇଥିବା ସମ୍ମାନ ପାଇଁ ଆଇନର ଆଶ୍ରୟ ନେବେ।
ଥିରୁରଙ୍ଗଡି ସର୍କଲ ଇନ୍ସପେକ୍ଟର କହିଛନ୍ତି ଯେ, ପୋଲିସ କେବଳ ପୋକ୍ସୋ ଆଇନର ପାଳନ କରିଛି ଏବଂ ନାବାଳିକାର ଅଭିଯୋଗ ଆଧାରରେ ଶ୍ରୀନାଥକୁ ଗିରଫ କରିଛି। ପ୍ରକୃତ ଦୋଷୀର ସନ୍ଧାନ ପାଇଁ ପୁଣି ଥରେ ନାବାଳିକାକୁ ପଚରାଉଚୁରା କରାଯିବ ବୋଲି ଇନ୍ସପେକ୍ଟର କହିଛନ୍ତି।