ଢେଙ୍କାନାଳ ଗସ୍ତରେ ୫ଟି ସଚିବ, ଜିଲ୍ଲା କ୍ରୀଡ଼ା ସଂଘ ସହ କଲେ ଆଲୋଚନା

ଅନୁଗୁଳ ପରେ ଢେଙ୍କାନାଳ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ଆଜି ସକାଳୁ ଢେଙ୍କାନାଳର ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉ ମନ୍ଦିର ଯାଇ ଦର୍ଶନ କରିଛନ୍ତି ୫ଟି ସଚିବ । କୀର୍ତ୍ତନ, ହୁଳହୁଳିର ଆଧ୍ୟାତ୍ମିକ ପରିବେଶରେ ୫ଟି ସଚିବଙ୍କୁ ସ୍ବାଗତ କରାଯାଇଛି । ମନ୍ଦିରରେ ଶ୍ରୀକୃଷ୍ଣ, ରୁକ୍ମିଣୀ, ବଳରାମ ଓ ମାଆ ଲକ୍ଷ୍ମୀଙ୍କ ସମେତ ଅନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଥିଲେ ।
ଏହାସହ ମନ୍ଦିର ଓ ପାରିପାର୍ଶ୍ଵିକ ଅଞ୍ଚଳର ବିକାଶ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ସେବାୟତଙ୍କ ପକ୍ଷରୁ ୫ଟି ସଚିବଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ୬୦ ବର୍ଷରୁ ମନ୍ଦିରର ଉନ୍ନତି କାମ ହୋଇ ନଥିବା ସେବାୟତମାନେ କହିଛନ୍ତି । ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ୫ଟି ସଚିବ ।
ଏହା ପରେ ଷ୍ଟାଡିଅମ ଯାଇ ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ସଙ୍ଘ ସହ ଆଲୋଚନା କରିଛନ୍ତି ୫ଟି ସଚିବ । କ୍ରୀଡ଼ାବିତ ଉତ୍ସାହିତ କରିବା ସହ ନିଜ ଅନୁଭୂତି ବଖାଣିଥିଲେ ୫ଟି ସଚିବ । ଭଲ କ୍ରୀଡ଼ାବିତ ହେବାକୁ ପରାମର୍ଶ ଦେଇଛନ୍ତି ୫ଟି ସଚିବ । ତାସହ ଭଲ ପାଠ ପଢ଼ିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଅଲିମ୍ପିକ୍ସ ମେଡାଲ ପାଇଁ ଯିଏ ଖେଳନ୍ତି, ସେମାନଙ୍କ ଭିତରେ ଅଲଗା ଯୋଶ ଦରକାର । କ୍ରୀଡାକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । କ୍ରୀଡ଼ାର ବିକାଶ ପାଇଁ ଯାହା ଦରକାର, ରାଜ୍ୟ ସରକାର ତାହା ଯୋଗାଇ ଦେବେ । ଯେଉଁ ସବୁ ଦାବି କରାଯାଇଛି, ତା’ର ସମାଧାନର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ୫ଟି ସଚିବ ।