ସାର୍ବଜନୀନ ଦୂର୍ଗାପୂଜା ସମିତି ପକ୍ଷରୁ ମାଟି ଅନୁକୁଳ କାର୍ଯ୍ୟକ୍ରମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶାରଦୀୟ ଦୁର୍ଗାପୂଜାର ପ୍ରସ୍ତୁତିରେ ଦୈତାନଗରୀ ଉତ୍ସବ ମୁଖର ହେବା ଆରମ୍ଭ ହେଲାଣି । ମା’ ଙ୍କ ଧରାପୃଷ୍ଠକୁ ଅବତରଣ କରିବା ସମୟ ନିକଟତର ହେଉଥିବାରୁ ମା’ଙ୍କ ମୂର୍ତ୍ତି ପ୍ରସ୍ତୁତ ପାଇଁ ମାଟି ଅନୁକୂଳ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି । ଆଜି ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୂର୍ଗା ପୂଜା ସମିତି ପକ୍ଷରୁ ୬୪ତମ ମାଟି ଅନୁକୁଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସୂଚନା ଅନୁଯାୟୀ, ଆଜି ଦିବା ୧୨.୩୦ମିନିଟରେ ଶହଶହ କମିଟି ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏକ ବିଶାଳ ଶୋଭାଯାତ୍ରାରେ ଦୟାନଦୀ କୂଳରେ ମାଟି ଅନୁକୂଳ ଅଭିମୁଖେ ବାହାରିଥିଲେ । ସେଠାରେ ସମସ୍ତ ପୂଜାବିଧି ସମ୍ପର୍ଣ୍ଣ କରି ଦୟା ନଦୀ କୂଳରେ ଅବସ୍ଥିତ ମହାଦେବ ମନ୍ଦିର ନିକଟରୁ ମାଟି ଅନୁକୁଳ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସଭାପତି ଗଣେଷ ପ୍ରସାଦ ସାହୁ, ସମ୍ପାଦକ ଦୀପକ କୁମାର ଜେନା, ଦେବେନ୍ଦ୍ର ଭୋଳ, ବିପିନ ବେହେରା, ସୁଶାନ୍ତ ସିଂ, ସୁଶାନ୍ତ ସାହୁ, ବିମଲ କୁମାର ପଟ୍ଟନାୟକ, ଧନେଶ୍ୱର ଭୋଳ, ରାଜେନ୍ଦ୍ର ମଲ୍ଲିକ, ଧୀରେନ୍ଦ୍ର କୁମାର ବଳ ଓ ରାଜୀବ ଚମ୍ପତ ପ୍ରମୁଖ ଉପସ୍ଥିତ ଥିଲେ ।