ବାଙ୍ଗଲାଦେଶରେ ଦୁର୍ଗା ପୂଜା ସମୟରେ ହିନ୍ଦୁ ମନ୍ଦିରରେ ହମଲା: ମଣ୍ଡପରେ ଭଙ୍ଗାରୁଜା, ୩ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ ୧୪/୧୦ : ବାଙ୍ଗଲାଦେଶରେ ହିନ୍ଦୁ ମନ୍ଦିରରେ ହମଲା ମାମଲା ସାମ୍ନାକୁ ଆସିଛି। ବାଙ୍ଗଲାଦେଶ ପୋଲିସ କହିଛି ଯେ ଦୁର୍ଗା ପୂଜା ସମୟରେ ଚାନ୍ଦପୁର ଜିଲ୍ଲାରେ ହିନ୍ଦୁ ମନ୍ଦିରରେ ହମଲା ହୋଇଛି। ହମଲାରେ ୩ ଜଣକୁ ଗୁଳି କରି ହତ୍ୟା କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ମନ୍ଦିରମାନଙ୍କରେ ହମଲା ଖବର ଆସୁଛି।
ବାଙ୍ଗଲାଦେଶ ହିନ୍ଦୁ ୟୂନିଟି କାଉନସିଲ ଟ୍ୱିଟ କରି କହିଛି ଯେ, “୨୦୨୧ ଅକ୍ଟୋବର ୧୩ ତାରିଖ, ବାଙ୍ଗଲାଦେଶ ଇତିହାସର ନିନ୍ଦନୀୟ ଦିନ। ଅଷ୍ଟମୀ ଦିନ ମୂର୍ତ୍ତି ବିସର୍ଜନ ଅବସରରେ ଅନେକ ପୂଜା ମଣ୍ଡପରେ ଭଙ୍ଗାରୁଜା ହୋଇଛି। ହିନ୍ଦୁଙ୍କୁ ପୂଜା ମଣ୍ଡପ ଦେଖରେଖ କରିବାକୁ ପଡୁଛି। ଏବେ ପୁରା ବିଶ୍ୱ ଚୁପ ଅଛି। ମା ଦୁର୍ଗା ନିଜ ଆଶୀର୍ବାଦ ସବୁ ହିନ୍ଦୁଙ୍କ ଉପରେ ବଜାୟ ରଖନ୍ତୁ। କେବେ କ୍ଷମା ନ କରନ୍ତୁ।”
ବାଙ୍ଗଲାଦେଶ ହିନ୍ଦୁ ୟୂନିଟି କାଉନସିଲ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦାବି କରିଛି ଯେ ହିନ୍ଦୁଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ। କାଉନସିଲ ଟ୍ୱିଟ କରି କହିଛି ଯେ ଯଦି ବାଙ୍ଗଲାଦେଶର ମୁସଲମାନ ଚାହୁଁ ନାହାନ୍ତି ହିନ୍ଦୁ ପୂଜା କରିବେନି। କିନ୍ତୁ ହିନ୍ଦୁଙ୍କୁ ବଞ୍ଚାଇ ଦିଅନ୍ତୁ। ହମଲା ଏବେ ଜାରି ରହିଛି। ଦୟାକରି ସେନା ପଠାନ୍ତୁ। ଆମେ ପୂଜା ମଣ୍ଡପରେ ସେନା ଯବାନ ଚାହୁଁଛୁ ବୋଲି କାଉନସିଲ ଦାବି କରିଛି।