ଆଇଏଏସ ଙ୍କ ନକଲି ପୁଅ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କାଲି ୮୦ ହଜାର ଟଙ୍କା ଠକି ନେବା ଅଭିଯୋଗରେ ମଞ୍ଚେଶ୍ୱର ପୋଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ୟୁନିଟ-୯ ବାୟାବାବା ବସ୍ତିର ଅଶ୍ୱିନୀ ବେହେରା । ସେ ନିଜକୁ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ପୁଅ ବୋଲି ପରିଚୟ ଦେଇ ଚାକିରୀ କରାଇଦେବା ନାଁ ରେ ଏହି ଟଙ୍କା ଠକି ନେଇଛନ୍ତି। ପୋଲିସ ତା’ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି ।

ଘଟଣା କ୍ରମେ

ଅଭିଯୁକ୍ତ ଅଶ୍ୱିନୀ ନିଜକୁ ଜଣେ ଆଇଏଏସ ଅଧିକାରୀଙ୍କ ପୁଅ ବୋଲି ପରିଚୟ ଦେଇ ବେକାରିଙ୍କୁ ନିଯୁକ୍ତି ଦେବାକୁ କହୁଥିଲେ । ସେହିପରି ସେ ପଳାଶୁଣୀରେ ଥିବା ପିଡବ୍ଲୁଡି କାର୍ଯ୍ୟାଳୟର ଜେଇ ଦେବେନ୍ଦ୍ର ସ୍ୱାଇଁଙ୍କୁ ମଧ୍ୟ ଏଭଳି ପରିଚୟ ଦେଇଥିଲେ । ପରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ସଚିବାଳୟରେ ଚାକିରି କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ତାଙ୍କ ଠାରୁ ସମସ୍ତ କାଗଜପତ୍ର ନେବା ସହ ଦେଢଲକ୍ଷ ଟଙ୍କା ଦାବି କରିଥିଲେ । ମାତ୍ର ଦେବେନ୍ଦ୍ର ତାଙ୍କୁ ୮୦ ହଜାର ଟଙ୍କା ଦେଇଥିଲେ । ଟଙ୍କା ନେବା ପରେ ସେ ଆଉ ଧରାଛୁଆଁ ଦେଇନଥିଲା । ଏପରିକି ମୋବାଇଲ ବନ୍ଦ କରି ଫେରାର ହୋଇଯାଇଥିଲା । ନିରାଶ ହୋଇ ଦେବେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ରବିବାର ଅଭିଯୁକ୍ତକୁ ଗିରଫ କରିଥିଲା ।

Leave a comment