ଭୁବନେଶ୍ୱର ରେ ନକଲି ସସ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ର ଶୈଳଶ୍ରୀବିହାରର ମହାବୀର ବସ୍ତିର ଏକ ଘରେ ନକଲି ସସ୍ କାରଖାନା ଠାବ କରାଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ଚନ୍ଦ୍ରଶେଖରପୁର ଥାନାଧିକାରୀ ଦୀପକ ମିଶ୍ର ନକଲି ସସ୍ କାରଖାନାର ସୂଚନା ପାଇ ଶୈଳଶ୍ରୀବିହାର ସ୍ଥିତ ମହାବୀର ବସ୍ତିରେ ଥିବା ଏକ ଘରେ ନିଜ ଟିମ ସହ ଚଢ଼ାଉ କରିଥିଲେ । ସେଠାରୁ ସସ୍ ତିଆରି ମେସିନ, କଖାରୁ, ଭିନେଗର, ଖାଲି ବୋତଲ ଓ ଷ୍ଟିକର ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ କୁ ପୋଲିସ ଗିରଫ କରିଛି । ଏଠାରେ କଖାରୁ ଓ ଭିନେଗର ସହ ରଙ୍ଗ ମିଶାଇ ଟମାଟୋ, ଚିଲି ଓ ସୋୟା ସସ୍ ତିଆରି କରି ମାର୍କେଟକୁ ସପ୍ଲାଇ କରାଯାଉଥିଲା ।