ନକଲି ପାସ୍ରେ ଲିଙ୍ଗରାଜ ଦର୍ଶନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାଶିବରାତ୍ରୀ ପାଇଁ ସବୁ ଶୈବ ପୀଠରେ ନାହିଁ ନ ଥିବା ଭିଡ଼ । ସକାଳ ପ୍ରହରରୁ ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ ପାଇଁ ଧାଡ଼ିରେ ଠିଆ ହୋଇ ରହିଥିବା ବେଳେ ସବୁ କାର୍ଯ୍ୟ ସୁରୁଖୁରୁରେ ଶେଷ ହେବା ନିମନ୍ତେ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ଏକାଧିକ ଥର ବୈଠକ ବି ବସିଛି । କିନ୍ତୁ ପୁରୁଣା ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ନକଲି ପାସ୍ରେ କେତେଜଣ ଲୋକ ମନ୍ଦିରରେ ପ୍ରବେଶ କରିଥିବା ଜଣାପଡ଼ିଛି । ଗୋଟିଏ କ୍ରମିକ ନଂ.ରେ ଏକାଧିକ ପାସ୍ ମିଳିବା ପରେ ନକଲି ପାସ୍ରେ ଲୋକମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଇଥିବା ଜଣାପଡ଼ିଥିଲା । ଶୃଙ୍ଖଳିତ ନୀତି ଓ ଦର୍ଶନରେ କୌଣସି ବିଭ୍ରାଟ ନ ହେବା ପାଇଁ ବାରମ୍ବାର ବୈଠକ ବସିଥିଲେ ହେଁ ପ୍ରଶାସନିକ ଅପାରଗତା ଯୋଗୁ ଏଭଳି ଘଟଣା ଘଟିଛି । ପାସ୍ ବଣ୍ଟନରେ ଅନିୟମିତତା ସହ କେତେଜଣ ଅସାଧୁ ଗୋଷ୍ଠୀ ନକଲି ପାସ୍ ତିଆରି କରି ବିକ୍ରି କରିଥିବା କୁହାଯାଉଛି । ଆଜି ଜାଗର ଯାତ୍ରା ଶେଷ ହେବା ପରେ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।