ଯାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ର ଜାଲ ନୋଟ ଜବତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବ୍ୟାଙ୍କକ୍ ରୁ ଆସୁଥିବା ସୁନା ପରେ ବାଂଲାଦେଶରୁ ଆସୁଥିବା ଜାଲ ନୋଟ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦେଶଳୟ ବିଭାଗ। ୩ ଲକ୍ଷ ଟଙ୍କାର ଜାଲ ନୋଟ ନେଇ ଯାଉଥିବା ବେଲେ ଜଣେ ମୁସଲିମ ଯୁବକଙ୍କୁ ଗିରଫ କରିଛି ଡିଆରଆଇ। ଜବତ ଟଙ୍କା ସବୁ ଦୁଇ ହଜାର ଟଙ୍କିଆ ନୋଟ । ଅଭିଯୁକ୍ତ ଜଣକ ବାଂଲାଦେଶରୁ ମାଲଦା ଦେଇ ବାଙ୍ଗାଲୋର ଯାଉଥିବା ବେଳେ ଗୁଇନ୍ଦା ନିର୍ଦେଶଳୟ ଖବର ପାଇ ମୁସଲିମ ଯୁବକଙ୍କୁ ଗିରଫ କରିଥିଲା । ନୋଟ ବଦଳି ପରେ ଶୁଣିବାକୁ ମିଳୁଥିଲା ଯେ ନୂଆ ନୋଟ ଆସିଲେ ଜାଲ ନୋଟ କାରବାର ରେ ଅଙ୍କୁଶ ଲାଗିପରିବ ହେଲେ ତାହା ମିଥ୍ୟା ପ୍ରମାଣିତ ହେଇଛି ।

ଘଟଣା କ୍ରମେ

କାମାକ୍ଷା-ଯଶୋବନ୍ତପୁର ଏକ୍ସପ୍ରେସ ଟ୍ରେନରେ ଜାଲ ନୋଟ କାରବାର ହେଉଥିବା ରାଜସ୍ୱ ଗୁଇନ୍ଦାକୁ ସୂଚନା ମିଳିଥିଲା।ଉକ୍ତ ସୂଚନାକୁ ଆଧାର କରି ରାଜସ୍ବ ଗୁଇନ୍ଦାର ଏକ ସ୍ୱତନ୍ତ୍ର ଟିମ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ନିକଟରେ ଜଗି ରହିଥିଲା। ଟ୍ରେନଟି ପ୍ଲାଟଫର୍ମରେ ପହଁଚିବା ପରେ ସ୍ୱତନ୍ତ୍ର ଟିମ ଟ୍ରେନରେ ତଲାସୀ ଆରମ୍ଭ କରିଥିଲେ। ତଲାସୀ ବେଳେ ଜଣେ ମୁସଲିମ ଯୁବକଙ୍କ ଠାରୁ ୩ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି। ରାଜସ୍ୱ ଗୁଇନ୍ଦା ନକଲି ନୋଟ ଜବତ କରିବା ସହ ସଂପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ସଂପୃକ୍ତ ଯୁବକକୁ ପଚରାଉଚରା ପରେ ତଦନ୍ତ କାରି ଅଫିସର କାର୍ଯ୍ୟ ବ୍ୟସ୍ତ ର ସୁଯଗ ପାଇ ଯୁବକ ଜଣକ ଅଫିସର ଙ୍କୁ ବାହାରୁ କବାଟ ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ ହେଲେ ଅଫିସର ବିଲ୍ଡିଂ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ଯୁବକ ଜଣକ ଖସିଯିବାରେ ବିଫଳ ହୋଇ ବନ୍ଦ କରିଆସିଥବା ଅଫିସରଙ୍କ କବାଟ ଖୋଲି ଆତ୍ମ ସମର୍ପଣ କରିଥିଲା । ତେବେ ଏହି ଜାଲ ନୋଟ ବାଂଲାଦେଶ ରୁ ବାଙ୍ଗାଲୋର ଯାଉଥିବା ଜଣାପଡିଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ରାଜସ୍ୱ ଗୁଇନ୍ଦା ପକ୍ଷରୁ ସୂଚନା ଦିଆଯାଇଛି।

Leave a comment