ପିତା ମାତା ଙ୍କର ଏହି ଅଭ୍ୟାସ ଯୋଗୁ ପିଲାମାନେ ହୋଇଥାନ୍ତି ଅଧିକ ଚିଡଚିଡା

0

ପିତା ମାତାଙ୍କ ନିଜ ଅଜାଣତ ରେ ଏଭଳି ଅନେକ କାମ କରି ଥାଆନ୍ତି, ଯାହାକି ପିଲାଙ୍କୁ ଚିଡିଚିଡା କରି ଦେଇଥାଏ l ପିଲାଙ୍କର ଚିଡିଚିଡା ସ୍ଵଭାଵ ତାଙ୍କ ବ୍ୟବହାର ରେ ତ୍ରୁଟି ଆଣିଥାଏ l ଯାହାକି ସେମାନଙ୍କୁ ବିଭିନ୍ନ ଆକ୍ରୋଶ ମୂଳକ କାର୍ଯ୍ୟ କରାଇଥାଏ l ଆସନ୍ତୁ ଜାଣିବା ଭାରତୀୟ ପିତାମାତା ଙ୍କର କିଛି ଏଭଳି ଅଭ୍ୟାସ ଯାହା ତାଙ୍କ ଶିଶୁ କୁ ଚିଡିଚିଡା କରାଇଥାଏ l

– ଭାରତୀୟ ମାନେ ନିଜର ସ୍ନେହ ଜାହିର କରିବା ପାଇଁ ପିଲାଙ୍କ ଗାଲକୁ ଚିପି ବା ଟାଣି ଥାଆନ୍ତି , ଯାହାକି ପିଲାଟି କୁ ଚିଡିଚିଡା କରାଇଥାଏ l ପିତା-ମାତାଙ୍କ ଏହି ପ୍ରକୃତି ସ୍ନେହ ଜାହିର କରିବା ହୋଇପାରେ କିନ୍ତୁ ଏହି ସ୍ଵଭାଵ ପିଲାଙ୍କୁ ଭଲ ଲାଗିନଥାଏ l

– ଛୋଟ ପିଲା ମାନେ ଅନେକ ସମୟରେ ଏଭଳି କିଛି କାମ କରି ଥାଆନ୍ତି, ଯାହାକୁ ପିତାମାତା ବୁଝି ନପାରି ଅନ୍ୟ ପ୍ରକାରର ରିଆକ୍ସନ ଦେଇ ଥାଆନ୍ତି l କିମ୍ବା ଜୋର ଜବରଦସ୍ତି ଛୁଆଙ୍କୁ ବାରଣ କରନ୍ତି l ଯାହାଦ୍ୱାରା ତାଙ୍କ ଚିଡିଚିଡା ସ୍ଵଭାଵ ବଢି ଯାଇଥାଏ l

– ଛୁଆଙ୍କୁ କିଛି ତାଗିଦ କରିବା ସମୟରେ ଚିଡ଼ାଇ ତାଗିଦ କରନ୍ତୁ ନାହିଁ l ବୁଝେଇ ଶୁଝେଇ ତାଗିଦ କରିବା ଆବଶ୍ୟକ l ନଚେତ ପିଲା ଯିଦିଆ ହୋଇ ଚିଡି ଉଠିଥାଏ l

– ଛୋଟ ପିଲାମାନେ ଯେଉଁ କାମ କୁ ପସନ୍ଦ କରନ୍ତି ନାହିଁ, ତାଙ୍କ ସହିତ ସେହି କାର୍ଯ୍ୟ କୁ କରନ୍ତୁ ନାହିଁ l ଯେପରିକି ତାଙ୍କ ମୁହଁରେ ହାତ ଲଗାଇବା, ଜୋର ଜବରଦସ୍ତି ଖୁଆଇବା , ଘରର ଲାଇଟ ଅଫ କରି ଅନ୍ଧାରରେ ବସେଇବା ଇତ୍ୟାଦି l

– ନିଜ ଶିଶୁ କୁ ବୁଝାଇବା ପାଇଁ ବିକଟାଳ ଶବ୍ଦ ଓ ମୁହଁ ଭାଙ୍ଗି କିଛି ମାତାପିତା କରି ଥାଆନ୍ତି l ଯାହାକୁ ଦେଖିଲେ ପିଲାମାନେ ଚିଡ଼ନ୍ତି l ଏଭଳି କାର୍ଯ୍ୟ କରିବା ଠିକ ନୁହେଁ l ଏହା ପିଲାଙ୍କୁ ଚିଡ଼ା କରାଇ ଦେଇଥାଏ l

Leave a comment