ପିତାମାତାଙ୍କର ଏହିସବୁ ଭୁଲ ପାଇଁ ପିଲାମାନଙ୍କଠାରେ ଦେଖାଯାଏ ଆତ୍ମବିଶ୍ୱାସରର ଅଭାବ

0

ପିଲା ମାନଙ୍କର ମନ ନିଷ୍ପାପ ଓ ନିଶ୍ଚଳ ଅଟେ ଏହା ଆମେ ସମସ୍ତେ ଜାଣିଛୁ l ବିଶେଷ ଭାବରେ ପ୍ରାୟତଃ ଅନେକ ପିଲା ଖୁବ ସେନସିଟିଭ ହୋଇ ଥାଆନ୍ତି , ଘରର ଶିକ୍ଷାଦିକ୍ଷା ପିଲାର ଭବିଷ୍ୟତ ନିର୍ଧାରଣ କରିଥାଏ l ଯଦି ଘରେ ସୁଖ ଓ ପରିବାରର ସହଯୋଗ ରହିଥାଏ ତେବେ ପିଲା ଖୁସି ରହିବା ଶିଖି ଯାଇଥାଏ l ଆଜିର ସମୟରେ ମେଣ୍ଟାଲ ହେଲ୍ଥ ସମସ୍ୟା ଖୁବ ବୃଦ୍ଧି ପାଉଛି l କିନ୍ତୁ ଆଜିର ପିତାମାତା ମାନେ ଏହାକୁ ଏତେ ଅଧିକ ଗୁରୁତ୍ୱ ଦେଉ ନାହାନ୍ତି l ଶିଶୁ ବିଶେଷଜ୍ଞ ଙ୍କ ମତରେ ଘରର ବାତାବରଣ ପିଲାଙ୍କ ମେଣ୍ଟାଲ ହେଲ୍ଥ ପାଇଁ ଅଧିକ ଦାୟୀ l ପିତାମାତା ଙ୍କ ଭୁଲ କାରଣରୁ ପିଲା ମାନଙ୍କ ନିକଟରେ ଏହି ସମସ୍ୟା ଦେଖା ଦେଉଛି l

ଆସନ୍ତୁ ଜାଣିବା ସେହି ସବୁ ଭୁଲ ଗୁଡିକ କଣ ?

 

ପିଲା ମାନଙ୍କୁ ଉପହାସ କରିବା –

ପିଲା ମାନଙ୍କୁ ଉପହାସ କରିବା ବା କ୍ରିଟିସାଇଜ କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ର କମି ହୋଇଥାଏ l ସେମାନଙ୍କର ଭୁଲ କୁ ସେମାନଙ୍କୁ ଚେତାଇବା ଭଲ, କିନ୍ତୁ ଉପହାସ କିମ୍ବା ପରିହାସ କରି ନୁହେଁ l ଏହାଦ୍ୱାରା ପିଲା ମାନଙ୍କ ନିକଟରେ ଆତ୍ମସମ୍ମାନ, ମନୋଦଶା ଓ ନୂଆ ନୂଆ ଜିନିଷ କୁ ପରଖିବା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ l ସେମାନେ ନିଜର ସଫଳତା ଓ ଅସଫଳତା କୁ ନିଜର ଚରିତ୍ର ସହିତ ଯୋଡି ଥାଆନ୍ତି l ସେଥିପାଇଁ ଆପଣଙ୍କୁ ନିଜ ପିଲା ମାନଙ୍କର ଅଧିକ ଆଲୋଚନା କରିବା ଉଚିତ ନୁହେଁ l

ପିଲାଙ୍କ ଇଛାକୁ ନିଜ ନିୟନ୍ତ୍ରଣ ରେ ରଖିବା –

ପିଲାମାନଙ୍କ ଇଛାକୁ ଆପଣ ଯେତେ ନିୟନ୍ତ୍ରଣ କରିବେ ଏହା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ହ୍ରାସ କରିଥାଏ ଲ ସେମାନଙ୍କୁ ପ୍ରତ୍ୟେକ ସ୍ଥିତି ରେ ସହଯୋଗ କରନ୍ତୁ ନିଜର ନିଜର ଇଛାକୁ ପି[ଉରନ୍ରୁ କରିବା ପାଇଁ l ଯେତେଯେତେ ସେମାନେ ବଡ଼ ହୋଇଯିବେ ସେତେ ଅଧିକ ଭଲ ବିକଳ୍ପ ଖୋଜି ପାରିବେ l ସେମାନଙ୍କୁ ପିତାମାତାଙ୍କ ସପୋର୍ଟ ବା ସହଯୋଗ ଜୀବନ ରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ l

ସଠିକ କାର୍ଯ୍ୟ ପାଇଁ ଫୋର୍ସ କରିବା –

ସବୁବେଳେ ନିଜ ପିଲାର ଏତେ ନିକଟତର ହୁଅନ୍ତୁ ଯେ ସେ କଣ ଠିକ ଓ ଭୁଲ କରୁଛି ତାହାକୁ ଦେଖନ୍ତୁ l ବାରମ୍ବାର ଗୋଟିଏ କାର୍ଯ୍ୟରେ ଅସଫଳ ହେଲେ ହିଁ ସେ ଜୀବନ ରେ ସଫଳ ହୋଇପାରିବ ତାହା ତାଙ୍କୁ ବୁଝାନ୍ତୁ l ଗାଇଡ଼ କରିବା ଭଲ କିନ୍ତୁ ଆବଶ୍ୟକତା ଠାରୁ ଅଧିକ ସବୁ କାର୍ଯ୍ୟରେ ହସ୍ତକ୍ଷେପ କରିବା ଠିକ ନୁହେଁ l

ନିଜ ପିଲାଙ୍କୁ ଅଣଦେଖା କରିବା –

ହେଲଦି କମ୍ୟୁନିକେସନ ଗୋଟିଏ ସକାରାତ୍ମକ ପାରିବାରିକ ବାତାବରଣ ଆଣିଥାଏ ଓ ଭାବନାତ୍ମକ ଭାବରେ ସମ୍ପର୍କ କୁ ନିବିଡ଼ କରିଥାଏ l ପିତାମାତାଙ୍କ କଥା କହିବା ଶୈଳୀ ପିଲା ମାନଙ୍କ ଆତ୍ମସମ୍ମାନ ଉପରେ ଖୁବ ପ୍ରଭାବ ପକାଇଥାଏ l ଯେତେ ସମୟର ଅଭାବ ହୋଇଥିଲେ ମଧ୍ୟ ପିତାମାତା ସବୁବେଳେ ନିଜ ପିଲାଙ୍କ ପାଇଁ ସମୟ ବାହାର କରିବା ନିତାନ୍ତ ଜରୁରୀ l

Leave a comment