ହଳଦୀ ପଡିଆ ବସ୍ତିରେ କାୟା ବିସ୍ତାର କରି ଚାଲିଛି ଡ୍ରଗ୍ସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଶା ବ୍ୟବସାୟୀ ଭୁବନେଶ୍ୱର ର ହଳଦୀପଡ଼ିଆ କୁ ନିଶା କାରବାର ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି । କାରଣ ଏଠାରେ ନିଶା ବ୍ୟବସାୟୀ ଙ୍କୁ ରୋକିବାରେ ଲଷ୍ମୀସାଗର ପୋଲିସ ଫେଲ ମାରିଛି । ଆଜି ଅବକାରୀ ବିଭାଗ ପକ୍ଷରୁ ହଳଦୀପଡ଼ିଆ କେଉଟସାହିରେ ଚଢ଼ଉ କରାଯାଇଥିଲା । ଚଢ଼ାଉ ସମୟରେ ସେଠାରୁ ୩ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରାଯିବା ସହ ୨ ଜଣ ଙ୍କୁ ଗିରଫ ମଧ୍ୟ କରାଯାଇଛି । ହଳଦୀପଡ଼ିଆ ବସ୍ତିରୁ ପ୍ରାୟ ସବୁ ସମୟରେ ଡ୍ରଗ୍ସ ଜବତ ହେଉଥିଲେ ମଧ୍ୟ ପୋଲିସ ର ଢିଲା କାର୍ଯନୁଷ୍ଠାନ ପାଇଁ ନିଶା ବେପାରୀ ଙ୍କ ଚେର ଲଷ୍ମୀସାଗର ଅଞ୍ଚଳରେ ଦିନକୁ ଦିନ ମାଡିବାରେ ଲାଗିଛି । ବଢି ଚାଲିଥିବା ଡ୍ରଗ୍ସ ବ୍ୟବସାୟ ପାଇଁ ଅବକାରୀ ବିଭାଗ , ପୋଲିସ କୁ ଦୋଷାରୋପ କରୁଥିବା ବେଳେ ପୋଲିସ , ଅବକାରୀ ବିଭାଗ କୁ ଦୋଷାରୋପ କରୁଛି ଯାହାର ଫାଇଦା ଉଠାଉଛନ୍ତି ନିଶା ବ୍ୟବସାୟୀ ।

Leave a comment