ଏଥର ଡ୍ରୋନ କ୍ୟାମେରା ଜଗିବ ଭୁବନେଶ୍ୱର ଟ୍ରାଫିକ, ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ‘ ନୋ ଓଭରଟେକିଂ ’ ଜୋନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେପରୁଆ ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି । ଏଥର ତାଙ୍କ ଉପରେ ନଜର ରଖିବା ପାଇଁ ରାଜଧାନୀରେ ବୁଲିବ ଡ୍ରୋନ କ୍ୟାମେରା । ସେହିପରି ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏଁ ‘ନୋ ଓଭରଟେକିଂ’ ଜୋନ ଭାବେ ଘୋଷଣା କରାଯାଇଛି । ଏହିପରି ଏକ ଶକ୍ତ ପଦକ୍ଷପ ନେଇଛି କମିଶନରେଟ ପୋଲିସ ।

ସୂଚନା ଅନୁଯାୟୀ, ଗାଡି ଚଳାଉଥିଲେ ହୋଇଯାଆନ୍ତୁ ସାବଧାନ । କମିଶନରେଟ ପୋଲିସର ବଡ ନିଷ୍ପତ୍ତି । ବେପରୁଆ ଗାଡିଚାଳକଙ୍କ ଉପରେ ନଜର ରଖିବ ଡ୍ରୋନ କ୍ୟାମେରା । ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ବିଧାନସଭା, ଲୋକସେବା ଭବନ, କ୍ୟାପିଟାଲ ହସ୍ପିଟାଲ ଓ ଅନେକ ପ୍ରମୁଖ କାର୍ଯ୍ୟାଳୟ ଥିବାରୁ ଏହାକୁ ‘ନୋ ଓଭରଟେକିଂ’ ଜୋନ ଘୋଷଣା କରାଯାଇଛି । ଯିଏ ନିୟମ ଭଙ୍ଗ କରିବ ତା ବିରୁଦ୍ଧରେ ନିଆଯିବ ଶକ୍ତ ପଦକ୍ଷପ ବୋଲି କମିଶନରେଟ ପୋଲିସ ଘୋଷଣା କରିଛି।

Leave a comment