ବ୍ରହ୍ମପୁରରେ ଜାନିବିଲି ପାନୀୟଜଳ ପ୍ରକଳ୍ପ ଓ ୧୧୪ଟି ସହରାଞ୍ଚଳ ପାଇଁ ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରହ୍ମପୁରରେ ୪୯୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ବୃହତ୍‌ ଜାନିବିଲି ପାନୀୟ ଜଳ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ବିଏମସିର ୫ଟି ୱାର୍ଡକୁ ସମ୍ପୂର୍ଣ୍ଣ ଏବଂ ୬ଟି ୱାର୍ଡକୁ ଆଂଶିକ ଜଳଯୋଗାଣ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ତଥା ମାର୍ଚ୍ଚ ୩୧ ସୁଦ୍ଧା ୧୧ଟି ୱାର୍ଡ, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୩୦ ସୁଦ୍ଧା ଆଉ ୧୨ ୱାର୍ଡ ଏବଂ ଚତୁର୍ଥ ପର୍ଯ୍ୟାୟରେ ମେ ୩୧ ସୁଦ୍ଧା ଅନ୍ୟ ୧୨ ୱାର୍ଡରେ ସମ୍ପୂର୍ଣ୍ଣ ଭାବେ ଜଳଯୋଗାଣ ହେବ ବୋଲି ଜଣାପଡ଼ିଛି । ଏଥିସହ ୧୮କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଖଲ୍ଲିକୋଟ କଲେଜ ପଡ଼ିଆଠାରେ ଆୟୋଜିତ ଆମ ସହର ଆମ ଉନ୍ନତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ରାଜ୍ୟର ୧୧୪ଟି ସହରାଞ୍ଚଳ ପାଇଁ ସ୍ମାର୍ଟ ପାର୍କ, ଆଦର୍ଶ ଶ୍ମଶାନ ର୍ନିମାଣ ଓ ଉନ୍ନତି କରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।

Leave a comment