‘ଅଭ୍ୟାସ’ର ସଫଳ ପରୀକ୍ଷଣ: ଡିଆରଡିଓକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ ଡ୍ରୋନର ପରୀକ୍ଷଣ ସଫଳ ହୋଇଛି । ଏ ନେଇ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସଶକ୍ତ କରିବ ବୋଲି ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ।‘ଅଭ୍ୟାସ’କୁ ଆକାଶରୁ ଆକାଶ ମାର୍ଗକୁ ପ୍ରୟୋଗ କରାଯାଇପାରିବ। ଅଭ୍ୟାସକୁ ବିକଶିତ କରିବା ପାଇଁ ୨୦୧୨ରୁ ଗବେଷଣା କରାଯାଉଥିଲା । ଏହାକୁ ହାଇ ସ୍ପିଡ ଏକ୍ସପେଣ୍ଡେବଲ ଏରିଏଲ ଟାର୍ଗେଟ ବା ହିଟ୍ ମଧ୍ୟ କୁହାଯାଏ। ଏହାକୁ ଗ୍ୟାସ ଟରବାଇନ୍ ଇଞ୍ଜିନ ଦ୍ୱାରା ପରିଚାଳିତ କରାଯାଏ। ‘ଅଭ୍ୟାସ’ର ସଫଳ ପରୀକ୍ଷଣ ପରେ ଡିଆରଡିଓକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।