ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ : ଜେପି ନଡ୍ଡା

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତୃତ୍ୱାଧିନ ଏନଡିଏ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି। ପ୍ରେସମିଟ୍ ମାଧ୍ୟମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ସୂଚନା ଦେଇଛନ୍ତି। ତେବେ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ତଥା ଦେଶର ପ୍ରମୁଖ ଆଦିବାସୀ ନେତା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଥିଲେ। ବିଜେପି ନେତୃତାଧୀନ ଏନଡିଏ ମେଣ୍ଟ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ଅନେକ ଭୋଟ ହାତେଇବା ନେଇ ସମ୍ଭାବନା ଦେଖାଦେଇଛି।

ନଡ୍ଡାଙ୍କ କହିବା ମୁତାବକ ପ୍ରାୟ ୨୦ଟି ନାମକୁ ନେଇ ଚର୍ଚ୍ଚା ଆଲୋଚନା ହୋଇଥିଲା । ଆଉ ଶେଷରେ ସଂସଦୀୟ ବୋର୍ଡ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମୋହର ମାରିଥିଲା । ଜାଣି ରଖିବା ଉଚିତ୍ ଯେ, ଦ୍ରୌପଦୀ ମୁର୍ମୁଙ୍କ ଘର ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ । ସେ ଦୁଇଥର ବିଧାୟକ ଓ ବିଜେପି-ବିଜେଡି ମିଳିତ ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ । ଏହାପରେ ଦୀର୍ଘ ବର୍ଷ ଧରି ସେ ଝାଡଖଣ୍ଡର ରାଜ୍ୟପାଳ ରହିଥିଲେ । ତେଣୁ ଜଣେ ଆଦିବାସୀ ନେତ୍ରୀ ଭାବେ ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ।

Leave a comment