ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଦ୍ରୌପଦୀ ମୁର୍ମୁ

0

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ନାମାଙ୍କନ ଦାଖଲ କରିବା ସମୟରେ ସଂସଦ ଭବନରେ ପ୍ରଧାନମନ୍ତ୍ରୀଙ୍କ ସମେତ ଉପସ୍ଥିତ ଥିଲେ ବଡ଼ ବଡ଼ ନେତା । ସଂସଦ ଭବନରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି ଶାସିତ ରାଜ୍ୟର ଏକାଧିକ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ରମନ୍ତ୍ରୀ ଓ ସହଯୋଗୀ ଦଳର ନେତାମାନେ ଉପସ୍ଥିତ ରହିଥିଲେ।

ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥିପତ୍ରରେ ପ୍ରସ୍ତାବକ ଭାବେ ଅଣ ଏନଡିଏ ଦଳ ଭାବେ ବିଜେଡିର ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦସ୍ତଖତ କରିଛନ୍ତି । ସେହିପରି ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ୱାଇଏସ୍ଆର କଂଗ୍ରେସର ୨ ଜଣ ସାଂସଦ ମଧ୍ୟ ପ୍ରସ୍ତାବକ ରହିଛନ୍ତି । ବିଜେପି ସହ ମେଣ୍ଟ କରିଥିବା ଜେଡିୟୁର କିଛି ନେତା ମଧ୍ୟ ପ୍ରସ୍ତାବକ ଭାବେ ମୁର୍ମୁଙ୍କ ପ୍ରାର୍ଥିପତ୍ରକୁ ସମର୍ଥନ କରିଛନ୍ତି।

Leave a comment