ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ରହିଛି କାର୍ଯ୍ୟକ୍ରମ

ଆସନ୍ତାକାଲି ଓଡ଼ିଶା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦିନ ୧୦ଟାରେ ବିମାନ ବନ୍ଦରରେ ପହଞ୍ଚିବା ପରେ ନବୀନ ନିବାସ ଯିବେ ମୁର୍ମୁ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ବିଧାନସଭା ଯିବେ । ବିଧାନସଭାର ୫୪ ନମ୍ବର କକ୍ଷରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।
ଏଠାରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ଯୋଗାଡ଼ କରୁଛି ବିଜେଡ଼ି ।
ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ସମର୍ଥନ ମାଗିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଜଣେ ଓଡିଆ ଝିଅ, ତେଣୁ ତାଙ୍କୁ ଜିତାଇବା ସମସ୍ତଙ୍କ ଦାୟିତ୍ୱ । ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବା ପାଇଁ ଅନୁରୋଧ କରିବା ପରେ ସେ ସମର୍ଥନ ଜଣାଇବୋ ବୋଲି କହିଥିଲେ । ସେପଟେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ପାଇଁ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଣବ ପ୍ରକାଶ ଦାସ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ଅନୁରୋଧ କରିଥିଲେ ।