ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା Z+ ସୁରକ୍ଷା
ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡିଶା ବିଜେପିର ଆଦିବାସୀ ଚେହେରା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି। ବିଜେପି ସଂସଦସୀୟ ବୈଠକ ଏହି ନିଷ୍ପତ୍ତି ନିଆଯାଇଛି ।
NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା Z+ ସୁରକ୍ଷା। ଦ୍ରୌପଦୀଙ୍କୁ Z+ ସୁରକ୍ଷା ଯୋଗାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ସୁରକ୍ଷା ଦାୟିତ୍ବରେ ରହିବେ ୧୦ରୁ ଅଧିକ NSG ସହ CRPF କମାଣ୍ଡୋ। ଆଜି ସକାଳୁ ସକାଳୁ ମନ୍ଦିର ବେଢା ଓଳାଇବା ସହ ଦ୍ରୌପଦୀ ମୁର୍ମୁ ପୂଜାର୍ଚ୍ଚନା କରିଛନ୍ତି। ପୂର୍ଣ୍ଣେଶ୍ୱର ଶିବ ମନ୍ଦିର, ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିରରେ ଭଗବାନଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ କାମନା କରିଛନ୍ତି। ଏହାସହ ସେ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ଯାଇ ଆଲୋଚନା ମଧ୍ୟ କରିଛନ୍ତି।