କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଡ. ସନ୍ତୋଷ ବେଜ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ଭାବେ ଡ. ସନ୍ତୋଷ ବେଜ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଜଣାଇଛନ୍ତି । ଦାୟିତ୍ୱ ନେବା ପରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ କିପରି ସୁଚାରୁ ରୂପେ ସମ୍ପାଦିତ କରିବେ ସେଥିପ୍ରତି ଗୁରୁତ୍ୱ ଦେବେ ।
ମଙ୍ଗଳବାର ମନ୍ତ୍ରୀ ତଥା ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଶିଶୁବିକାଶ କମିଶନ ମନ୍ଦାକିନୀ କର, ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ବିରଞ୍ଚିି ନାରାୟଣ ମହାସୁପର, ଭୁବନେଶ୍ୱର ଜିଲ୍ଲା ସଭାପତି ସମରେଶ ବେଉରା ଓ ଯୁବ ଛାତ୍ର ବିଜେଡିର ବହୁ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଡ. ବେଜ ଦାୟିତ୍ୱ ଗ୍ରହଣ କରିଥିଲେ।
ଡ, ବେଜଙ୍କ ପରି ଜଣେ ଛାତ୍ର ନେତାକୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ସମସ୍ତେ ମୁଖ୍ୟମନ୍ତ୍ରୀକୁ କୃତଜ୍ଞତା ଜଣାଇଥିଲେ, ଶ୍ରୀ ବେଜ ଜଣେ ଦକ୍ଷ ଛାତ୍ର ନେତା ଭାବେ ସାରା ଓଡିଶାରେ ସୁନାମ ରହିଛି । ଗତ ପଞ୍ଚୟତ ଓ ମହାନଗର ନିଗମ ନିର୍ବାଚନରେ ସେ ତାଙ୍କ ଦକ୍ଷତା ପ୍ରତିପାଦନ କରି ଦଳ ସୁପିମୋଙ୍କ ନଜରକୁ ଆସିଥିଲେ । ଏହା ସହିତ ଦଳ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ସେ ତାକୁ ସୁଚାରୁ ରୂପେ ତୁଲାଇଛନ୍ତି । ରାଜ୍ୟରେ ଜଣେ ଦକ୍ଷ ଛାତ୍ର ସଂଗଠକ ଭାବେ ତାଙ୍କର ବେଶ ସୁନାମ ରହିଛି । ସେ ୨୦୦୦ ମସିହାରେ ବିଜେବି କଲେଜର ଛାତ୍ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଓକିଲାତି ପଢିଥିଲେ । ପରେ ସେ ପିଏଚଡି ଲାଭ କରିଛନ୍ତି । ନିକଟରେ ତାଙ୍କର ଏକ ପୁସ୍ତକ “କାନ୍ତ କବି ଲକ୍ଷ୍ମକାନ୍ତଙ୍କ ସାହିତ୍ୟ ଏକ ଅନୁଶୀଳନ” ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା, ଏହା ମଧ୍ୟ ପାଠକଙ୍କ ମଧ୍ୟରେ ବେଶ ଆଦୃତ ହୋଇଥିଲା ।
ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ ବ୍ଲକ ମାଣତ୍ରୀ ଗାଁର ବାସିନ୍ଦା ଡ.ବେଜ ଭୁବନେଶ୍ୱର ବରଗଡ଼ରେ ରହୁଛନ୍ତି । ତାଙ୍କୁ ଏହି ଗୁରୁଦାୟିତ୍ୱ ମିଳିବା ପରେ ନିଜ ଗାଁ ଓ ନିର୍ବାଚନ ମଣ୍ଡଳୀରୁ ଶହଶହ ଲୋକେ ଆସି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।