ବିଜେପି ଛାଡିଲେ ଡା ଦାମୋଦର ରାଉତ, ଟାର୍ଗେଟରେ ରହିବ କେନ୍ଦ୍ର ରାଜନୀତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡା ଦାମୋଦର ରାଉତ ଓଡ଼ିଶା ରାଜନୀତିର ଏକ ଚର୍ଚ୍ଚିତ ଚେହେରା । ଯେକି ନିଜ ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ମାତ୍ର ଚଳିତ ନିର୍ବାଚନ ପୂର୍ବରୁ ନିଜ ତୁଣ୍ଡ ପାଇଁ ବିଜେଡିରୁ ତଡା ଖାଇବା ପରେ ଦିଲ୍ଲୀ ଯାଇ ବିଜେପିରେ ଯୋଗଦେଇଥିଲେ । ବିଜେପି ମଧ୍ୟ ତାଙ୍କୁ ନିର୍ବାଚନ ପ୍ରଚାରରେ କେବଳ ଉପଯୋଗ କରାଯାଇଥିଲା ବୋଲି କିଛିଦିନ ପୂର୍ବରୁ ସେ ଅଭିଯୋଗ କରିଥିଲେ । ସେ ଆଜି ବିଜେପି ଛାଡିବାପରେ କେନ୍ଦ୍ର ଅର୍ଥନୀତି ଉପରେ ମନ୍ତବ୍ୟ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବେ ବୋଲି କହିଛନ୍ତି । ସେ ନିଜ ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି ।
ସୂଚନା ଅନୁଯାୟୀ, ଡା ଦାମୋଦର ରାଉତ କିଛିଦିନ ତଳେ ବିଜେପି ଦଳରେ ସେ ଅଲୋଡ଼ା ହୋଇଯାଇଥିବା ଅଭିଯୋଗ ଆଣିଥିଲେ । ଏହାସହ କହିଥିଲେକି ନିର୍ବାଚନ ସମୟରେ ହେଲିକେପ୍ଟରରେ ବୁଲାଇଲେ । ଏବେ ବାସିରେ ପଚାରୁ ନାହାନ୍ତି । ସେ ନିଜକୁ ଦଳରେ କୋଣଠେସା ହେଉଥିବା ଅନୁଭଵ କରିବାରୁ ବିଜେପି ଛାଡି ରାଜନୀତିରୁ ସନ୍ୟାସ ନେବାକୁ କିଛିଦିନ ପୂର୍ବେ ଘୋଷଣା କରିଥିଲେ । ଶ୍ରୀ ରାଉତ କୌଣସି ଦଳରେ ଯୋଗ ନଦେଇ କେନ୍ଦ୍ର ରାଜନୀତି ଉପରେ ନିଜ ମତ ବ୍ୟକ୍ତ କରିବେ ବୋଲି କହିଛନ୍ତି ।