ବୁର୍ଲା ମେଡ଼ିକାଲ କଲେଜର ନିର୍ଦ୍ଦେଶକ ପଦବୀରୁ ଇସ୍ପାତ ଦେଲେ ଡକ୍ତର ଅଶ୍ୱିନୀ ପୂଜାହାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ଚାକିରିରୁ ଇସ୍ପାତ ଦେଲେ ବୁର୍ଲା ମେଡ଼ିକାଲ କଲେଜର ନିର୍ଦ୍ଦେଶକ ଡକ୍ତର ଅଶ୍ୱିନୀ ପୂଜାହାରୀ । ଆଜି ଡକ୍ତର ପୂଜାହାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟପାଳଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି । ଲୁଣ ଚିକିତ୍ସାକୁ ନେଇ ଡକ୍ତର ପୂଜାହାରୀ ବିବାଦରେ ଫସିଥିଲେ ।

ସୂଚନା ଅନୁଯାୟୀ, ଲୁଣ ଚିକିତ୍ସାକୁ ନେଇ କିଛିଦିନ ତଳେ ବୁର୍ଲା ମେଡ଼ିକାଲ କଲେଜର ନିର୍ଦ୍ଦେଶକ ଡକ୍ତର ଅଶ୍ୱିନୀ ପୂଜାହାରୀ ବିବାଦରେ ଫସିଥିଲେ । ଏହି ବିବାଦ ପରେ ସରକାର ତାଙ୍କୁ ଛୁଟିରେ ପଠାଇବା ସହ ଏହାର ତଦନ୍ତ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସବୁ ଚର୍ଚ୍ଚାର ଅନ୍ତଘଟାଇ ଡକ୍ତର ପୂଜାହାରୀ ରାଜ୍ୟପାଳଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେ ନିଜ ଇସ୍ତଫା ପତ୍ର ଲେଖିବା ସହ ସାମ୍ବାଦିକ ସମ୍ବିଳନୀରେ କହିଛନ୍ତି ଏହା ମୋ ବିରୁଦ୍ଧରେ ଏକ ଚକ୍ରାନ୍ତ । କାହିଁକି ନା ଭିମସାରରେ କର୍ମଚାରୀମାନେ ସବୁବେଳେ ବିଳମ୍ବରେ କ୍ଲାସକୁ ଆସୁଥିଲେ । ଆଉ ସେଥିପାଇଁ ମୁଁ କ୍ଲାସ ଆରମ୍ଭ ହେବା ପୂର୍ବରୁ ୧୫ ମିଟିନ କ୍ଲାସରେ ବସୁଥିଲି । ଡାକ୍ତରଙ୍କ ସହ ପିଜି ଷ୍ଟୁଡେଣ୍ଟମାନେ ମଧ୍ୟ ବିଳମ୍ବରେ ଆସୁଥିଲେ । ଏହାବ୍ୟତୀତ ନର୍ସମାନେ ଡ୍ୟୁଟି ସମୟରେ ବେସରକାରୀ ଭାବେ ତଥା ନର୍ସିିଂହୋମରେ କାମ କରୁଥିଲେ । ଏଥିପାଇଁ ମୁଁ ବାରମ୍ବାର ବିରୋଧ କରିଛି । ତେଣୁ ମୋର ଅନେକ ଶତ୍ରୁ ସୃଷ୍ଟି ହୋଇଥିଲେ ଯେକି ମତେ ତୁରନ୍ତ ଏ ସ୍ଥାନରୁ ହଟାଇବାକୁ ପ୍ରୟାସ ଚଳାଇଥିଲେ । ସେହିପରି କିଛି ଦିନ ପୂର୍ବରୁ ଅଶ୍ୱିନ ପୂଜାହାରୀ ଜାନୁଆରୀ ୩୧ତାରିଖ ସୁଦ୍ଧା ଯଦି ତାଙ୍କ ବାବଦରେ କୌଣସି ନିଷ୍ପତି ନିଆନଯାଏ ତେବେ ସେ ଚାକିରି ଛାଡ଼ିବେ ବୋଲି ଧମକ ଦେଇଥିଲେ ।

ବୁର୍ଲା ବଡ ମେଡିକାଲରେ ନିର୍ଦ୍ଦେଶକ ଭାବେ ଯୋଗଦେବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି ଡାକ୍ତର ଅଶ୍ୱିନୀ ପୂଜାହାରୀ । ସରକାରୀ ଚାକିରିରେ ରହି ଘରୋଇ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ବିରୋଧରେ ପଦକ୍ଷେପ ନେଇ ପଶ୍ଚିମାଞ୍ଚଳରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ମାତ୍ର କ୍ୟାନସର ଭଳି ରୋଗ କିମ୍ବା କୌଣସି ସଂକ୍ରମଣ ସ୍ଥାନରେ ଲୁଣ ଦେଇ ଚିକିତ୍ସା କରୁଥିବାରୁ ବିବାଦ ଘେରକୁ ଆସିଥିଲେ ଭିମସାର ନିର୍ଦ୍ଦେଶକ ।

Leave a comment