ସଡ଼କ ଦୁର୍ଘଟଣାରେ ଡା. ଅଞ୍ଜନ ଷଡ଼ଙ୍ଗୀଙ୍କ ଦେହାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର ସକାଳେ ମୟୂରଭଞ୍ଜର ପ୍ରସିଦ୍ଧ ମହିଳା ଓ ପ୍ରସୂତୀ ବିଭାଗର ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀଙ୍କ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି । ଦୁର୍ଘଟଣାରେ ଡା. ଅଞ୍ଜନ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦାରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଅଣାଯିବା ବାଟରେ ଭଦ୍ରକ ନିକଟରେ ତାଙ୍କର ଦେହାନ୍ତ ହୋଇଥିଲା ।

ସୂଚନା ଅନୁସାରେ, ସ୍ବର୍ଗତ ଡା ଷଢଙ୍ଗୀ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ମହିଳା ଓ ପ୍ରସୂତୀ ବିଶେଷଜ୍ଞ ଭାବରେ ଚାକିରୀ କରୁଥିଲେ । ବାଲେଶ୍ବରରୁ ନିଜ ଘର ବାରିପଦା ଫେରିବା ବାଟରେ ଆଜି ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥରେ ମଞ୍ଚାବନ୍ଧା ନିକଟରେ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ ପଛରେ କାର ପିଟିହେବା ପରେ ଡା. ଅଞ୍ଜନ ଷଡ଼ଙ୍ଗୀ ଗାଡିରେ ଚାପି ହୋଇ ରହିଯାଇଥିଲେ। ଏହାପରେ ଅଗ୍ନିଶମ ବିଭାଗ କଟର ସହାୟତାରେ କାରକୁ କାଟି ତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ୍ ମେଡିକାଲ ରେ ଭର୍ତ୍ତିକରିଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିବା ବାଟରେ ତାଙ୍କର ପରଲୋକ ହୋଇଯାଇଛି।

Leave a comment