ଓଡ଼ିଶାରେ ମଜବୁତ ସରକାର ଗଠନ କରିବାକୁ ହେଲେ ଡବଲ ଇଞ୍ଜିନ୍ ଲଗାଇବାକୁ ପଡ଼ିବ: ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବିଜେପି ପାଇଁ ୨୦୧୯ ନିର୍ବାଚନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରାପୁଟର ଜୟପୁରସ୍ଥିତ ବାଙ୍କବିଜା ପଡିଆଠାରେ ଆୟୋଜିତ ଏକ ବିଶାଳ ସମାବେଶରେ ଯୋଗଦେଇ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ଖୁବ ବର୍ଷିଥିଲେ ମୋଦି । ଏହି ଦଳୀୟ କାର୍ଯ୍ୟକ୍ରମ ରେ ମୋଦି କହିଛନ୍ତି, ଓଡ଼ିଶା ସରକାର ଲୋକଙ୍କୁ ଠକି ଚାଲିଛନ୍ତି । ଚିଟଫଣ୍ଡ ଠକେଇରେ ସାମିଲ ଥିବା ଲୋକଙ୍କୁ ଟିକେଟ ମିଳୁଛି । ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରି ରହିଥିବା ବେଳେ ଲୋକମାନଙ୍କୁ ରାଜ୍ୟ ସରକାର ଗରିବୀ କରି ରଖିଛନ୍ତି । ରାଜ୍ୟର ବିକାଶ କରିବାକୁ ହେଲେ, ଏଥର ଚୌକିଦାର ସରକାରଙ୍କୁ ବାଛିବାକୁ ହେବ । ତେଣୁ ଦେଶ ଓ ରାଜ୍ୟରେ ଗୋଟେ ମଜବୁତ ସରକାର ଦରକାର ନା ଦୁର୍ବଳ ସରକାର ଦରକାର ତାହା ଆପଣ ନିଷ୍ପତି ନେବେ ଏବଂ ପୋଲିଂ ବୁଥ ଯିବା ପୂର୍ବରୁ ଚିନ୍ତା କରି ଯଆନ୍ତୁ ଯେ କେଉଁ ସରକାର କ’ଣ କରିଛନ୍ତି ତାହାର ତର୍ଜମା କରି ଭୋଟ ଦିଅନ୍ତୁ । ରାଜ୍ୟର ବିକାଶ କରିବାକୁ ହେଲେ ଡବଲ ଇଞ୍ଜିନ୍ ଲଗାଇବାକୁ ପଡ଼ିବ । ତେଣୁ ଦିଲ୍ଲୀରେ ପୁଣି ବିଜେପି ଏବଂ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଢ଼ିବାକୁ ପଡ଼ିବ ବୋଲି କହିଛନ୍ତି ମୋଦି । ରାଜ୍ୟ ସରକାରଙ୍କ ଦ୍ଵାରା କୃଷକଙ୍କ ଉର୍ଣ୍ଣତ୍ତି ପାଇଁ ହୋଇଥିବା କାଳିଆ ଯୋଜନାକୁ ମଧ୍ୟ ଉପହାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେହିପରି କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ବିଜେପି ଶାସନ ଅମଳରେ ଶତ୍ରୁ ଦେଶର ଘରେ ପଶି ଆକ୍ରମଣ କରାଯାଇଛି । ଯାହା କଂଗ୍ରେସ ସରକାର ସମୟରେ ହୋଇ ନଥିଲା । ତେଣୁ ଦେଶରେ ଏକ ମଜଭୁତ ସରକାର ଗଠନ କରିବା ପାଇଁ ଥରେ ବିଜେପିକୁ ସୁଯୋଗ ଦେବାକୁ ମୋଦି କହିଛନ୍ତି । ମୋଦିଙ୍କ ଭାଷଣରୁ ଜଣାପଡିଛି ଯେ ଏଥର ସର୍ଜିକାଲ ଷ୍ଟ୍ରାଇକକୁ ବିଜେପି ନିର୍ବାଚନୀ ପ୍ରସଙ୍ଗ କରିବ । ନିଜର ନିର୍ବାଚନୀ ପ୍ରଚାର ବେଳେ ମୋଦି ସ୍ଥଳ ସୀମା, ଆକାଶ ସୀମା ଓ ମହାକାଶରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି ବୋଲି ଜୋରଦାର ପ୍ରଚାର କରିଥିଲେ ।

Leave a comment