ପଦୋନ୍ନତି ପରେ ବି ପୂର୍ବ ପଦବୀର ମୋହ ଛାଡ଼ୁନି କମିଶନରେଟ ପୋଲିସର ଜଣେ ଅଫିସର ଙ୍କର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ ପୋଲିସର ଅନେକ ଅଫିସରଙ୍କ କାର୍ଯ୍ୟକଳାପକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଛି । ଏଇ କିଛିଦିନ ହେବ କମିଶନରେଟ ପୋଲିସ ରେ କାର୍ଯ୍ୟରତ ଜଣେ ଅତିରିକ୍ତ ଡିସିପି ପଦୋନ୍ନତି ପାଇ ଏସପି ପଦକୁ ଉତ୍ତୀର୍ଣ୍ଣ ହୋଇଛନ୍ତି, ହେଲେ ପୁରୁଣା ପଦବୀ କୁ ଛାଡୁ ନାହଁନ୍ତି। ପଦୋନ୍ନତି ପରେ ଅତିରିକ୍ତ ଡ଼ିସିପିରୁ ଡିସିପି ମୁଖ୍ୟାଳୟ ଭାବେ ଅବସ୍ଥାପିତ କରାଯାଇଥିଲା। ହେଲେ ତାଙ୍କର ସେ ପଦବୀ ପସନ୍ଦ ହେଲାନି, ତେଣୁ ପୁରୁଣା ଜାଗା ଛାଡିଲେନି। ଏପରିକି ତାଙ୍କ ସ୍ଥାନକୁ ବଦଳି ହୋଇ ଆସିଥିବା ଅତିରିକ୍ତ ଡ଼ସିପିଙ୍କୁ ଅନ୍ୟତ୍ର ବସିବାକୁ ପଡ଼ିଲା। ଇତି ମଧ୍ୟରେ ତାଙ୍କୁ ନୁତନ ପୋଷ୍ଟଙ୍ଗ ମିଳିଲା। ଜିଲ୍ଲା ଏସପି ଭାବେ ତାଙ୍କୁ ଅବସ୍ଥାପିତ କରାଗଲା। ତଥାପି ତାଙ୍କର ମନ ସନ୍ତୁଷ୍ଟ ହେଲାନି। ସେଠାକୁ ମଧ୍ୟ ଯିବାକୁ ସେ ଅମଙ୍ଗ ହେଉଛନ୍ତି। ବାରମ୍ବାର ପୋଷ୍ଟିଂ ପରେ ସେ ପୁରୁଣା ଜାଗା ଛାଡୁନ ଥିବାରୁ, ଏହାକୁ ନେଇ ପୋଲିସ ମହଲରେ ଭିନ୍ନ ଚର୍ଚ୍ଚା ହେଉଛି। କେହିକେହି ସେ ଭୁବନେଶ୍ୱର ଡିସିପି ହେବାକୁ ଇଚ୍ଛା ରଖିଥିବା କହି ଟ୍ରୋଲ କରୁଥିବା ବେଳେ ଆଉ କେହି ସେ ଖୋର୍ଦ୍ଧା ଏସପି ହେବେ ବୋଲି କହୁଛନ୍ତି। ତେବେ ଦେଖାଯାଉ ସେ କେଉଁଠି ପୋଷ୍ଟିଂ ହେବା ପରେ ପୁରୁଣା ଜାଗା ଛାଡିବେ ବୋଲି ଚର୍ଚ୍ଚା ଜୋର ଧରିଲାଣି ?

ଉଲ୍ଲେଖ ଥାଉ କି, ଉକ୍ତ ଅତିରିକ୍ତ ଡିସିପି (ଏବେ ପଦୋନ୍ନତି ପାଇଛନ୍ତି) ନିଜର ଦବଦବା ଜାହିର କରିବାକୁ ସବୁବେଳେ ପ୍ରଚେଷ୍ଠା ଚଳାଇଛନ୍ତି । କେଉଁ ଅଫିସର କେଉଁ ଥାନାରେ ପୋଷ୍ଠିଂ ହେବ, ସେ ହିଁ ନିଷ୍ପତି ନେଉଛନ୍ତି । ନିଜ ସ୍ୱାର୍ଥ ସମ୍ପର୍କରେ ଡିସିପି ଓ କମିଶନରଙ୍କୁ ଅନ୍ଧାରରେ ରଖି ସଂପୃକ୍ତ ଅତିରିକ୍ତ ଡିସିପି ବିଭିନ୍ନ ଏସିପି ଓ ଇନସ୍ପେକ୍ଟରଙ୍କ ବିରୋଧରେ କହି ଫାଇଦା ହାସଲ କରିବାରେ ଲାଗିଛନ୍ତି । ଏପରିକି କିଛି ଯୋଗ୍ୟ ତଥା ଦକ୍ଷ ଅଫିସରଙ୍କୁ ଅଣଦେଖା କରି ଅଯୋଗ୍ୟଙ୍କୁ ଭଲ ଜାଗାରେ ପୋଷ୍ଠିଂ କରି ନିଜର ସ୍ୱାର୍ଥ ହାସଲ କରିବାରେ ଲାଗିଛନ୍ତି । ।

Leave a comment