ଭୁଲରେ କରନ୍ତୁ ନାହିଁ ଏହି କାମ, ନହେଲେ ଘର ଉପରେ ପଡିବ ନକରାତ୍ମକ ପ୍ରଭାବ

0

ଅନେକ ସମୟରେ ଆମ ପାଖରେ ସବୁ କିଛି ଥାଇ ବି ଘରେ ସୁଖ ଶାନ୍ତି ନଥାଏ । ମନ ବିଚଳିତ ରହିଥାଏ । ଏପରିକି ସବୁ କାମରେ ମଧ୍ୟ ବାଧା ଉତ୍ପନ୍ନ ହୋଇଥାଏ । ବେଳେ ବେଳେ ସଫଳ ହେଉଥିବା କାମ ଶେଷ ମୁହୂର୍ତ୍ତରେ ଅସଫଳ ହୋଇଯାଏ । ଆପଣ ଜାଣିଛନ୍ତି କି ଏହି ସବୁ ଅସୁବିଧା ଆମ ଘରେ ନକରାତ୍ମକ ଶକ୍ତି ଯୋଗୁ ହିଁ ହୋଇପାରେ ? ଏନେଇ ଆସନ୍ତୁ ଜାଣିବା କେଉଁ ଜିନିଷ ଯୋଗୁ ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।

ଭୁଲରେ ବି କରନ୍ତୁ ନାହିଁ ଏହି କାମ :

-ଶାସ୍ତ୍ର ଅନୁସାରେ ରାତିରେ କେବେ ବି ସୁଗନ୍ଧିତ ଜିନିଷ, ସେଣ୍ଟ ଆଦି ବ୍ୟବହାର କରନ୍ତୁ ନାହିଁ । କାରଣ ପ୍ରଖର ସୁଗନ୍ଧ ଯୋଗୁ ନକରାତ୍ମକ ଶକ୍ତି ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇଥାଏ ।

-ଘର,ଅଫିସ ବା ଦୋକାନର କୌଣସି ବି ସ୍ଥାନ ଅନ୍ଧାର ରଖନ୍ତୁ ନାହିଁ । ଅଧିକ ଦିନ ଯଦି ଏହି ସ୍ଥାନକୁ ଅନ୍ଧାର ରଖିବେ,ତେବେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଏହିକାରଣରୁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ।

-ଘରେ ସର୍ବଦା ପୂଜା ପାଠ କରିବା ଉଚିତ୍‌ । କାରଣ ଯେଉଁଠି ନିୟମିତ ଭାବେ ମନ୍ତ୍ର ଜପ ହୋଇଥାଏ ଏବଂ ଦୀପ ଜଳାଯାଇଥାଏ, ସେଠାକୁ ଖରାପ ଶକ୍ତି କେବେ ଆସି ନଥାଏ ।

-ସେହିଭଳି ଯେଉଁ ଘର ସର୍ବଦା ଗନ୍ଧ ହେଉଥାଏ କିମ୍ବା ଯେଉଁ ବ୍ୟକ୍ତି ପରିଷ୍କାର ପରିଚ୍ଛନ୍ନ ରହିନଥାନ୍ତି ତେବେ ସେଠାରେ ନକରାତ୍ମକ ଶକ୍ତି ଶୀଘ୍ର ପ୍ରଭାବିତ ହୋଇଥାଏ । ଏହିକାରଣରୁ ଘର ସହ ନିଜକୁ ସର୍ବଦା ସଫା ରଖନ୍ତୁ ।

କିପରି ଜାଣିବେ ଘରେ ନକରାତ୍ମକ ଶକ୍ତିର ସଂକେତ :

ଯଦି ଘରେ ସର୍ବଦା ଥକ୍କା, ଉତ୍ସାହହୀନ କିମ୍ବା ବିଚଳିତ ଲାଗୁଥାଏ ତେବେ ଏହା ନକରାତ୍ମକ ଶକ୍ତିର ଆଭାସ ଦେଇଥାଏ । ଏହାଛଡ଼ା କୌଣସି ଜିନିଷ ଆପଣଙ୍କ ଅନୂକୁଳ ହୋଇନଥାଏ କିମ୍ବା କୌଣସି ସୁଯୋଗ ଆସୁ ଆସୁ ହାତରୁ ଖସି ଯାଇଥାଏ । ବାରମ୍ବାର ବିନା କଥାରେ ଘରେ ମତଭେଦ ହୋଇଥାଏ କିମ୍ବା ଘରେ କୌଣସି ବ୍ୟକ୍ତି ରୋଗରେ ପଡ଼ିଥାନ୍ତି ତେବେ ଏଥିରୁ ହିଁ ନକରାତ୍ମକ ପ୍ରଭାବର ସଂକେତ ମିଳିଥାଏ ।

Leave a comment