ଭୁଲରେ ପଡୋଶୀଙ୍କୁ ଦିଅନ୍ତୁ ନାହିଁ ଏହି ଜିନିଷ, ମା’ ଲକ୍ଷ୍ମୀ ହୋଇଯିବେ ଅସନ୍ତୁଷ୍ଟ

0

ଆମେ ଯେତେବେଳେ ଘର କରିଛେ ସେତେବେଳେ ପଡୋଶୀ ମାନଙ୍କୁ ନେଇ ଚଳିଥାଉ l ତେଣୁ ବେଳେବେଳେ ପଡୋଶୀ ମାନଙ୍କ ସହିତ ପଡୋଶୀ ଙ୍କ ସମ୍ପର୍କ ନିବିଡ଼ ହୋଇଥିବା କାରଣରୁ ଆମେ ବିଭିନ୍ନ ଜିନିଷର ଆଦାନପ୍ରଦାନ କରିଥାଉ l ସେହିଭଳି ପଡୋଶୀ ହୋଇଥିବା କାରଣରୁ କିଛିଟା ଜିନିଷ ଉଦ୍ଧାର ମାଗିବାର ଅଭ୍ୟାସ ମଧ୍ୟ ରହିଥାଏ l କିନ୍ତୁ ଉଦ୍ଧାର ଆକାରରେ ଏଭଳି କିଛିଟା ଜିନିଷ ରହିଛି ଯାହାକୁ ମାଗିବା ଦ୍ୱାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

– ଯେପରିକି ଚାଉଳ ର ସମ୍ବନ୍ଧ ଶୁକ୍ରାଗ୍ରହ ଙ୍କ ସହିତ ରହିଛି l ଚାଉଳ ଉଦ୍ଧାର ଦେବା ଦ୍ୱାରା ଶୁକ୍ର ଦୋଷ ଲାଗିଥାଏ l ଯାହାଦ୍ୱାରା ଘରେ ଝଗଡା ଓ କଳହ ଉପୁଜିଥାଏ l ଘର ପରିବାରରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ l ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଅଶାନ୍ତି ଦେଖାଦିଏ, ତେଣୁ କଦାପି ନିଜ ପଡୋଶୀ ଙ୍କୁ ଚାଉଳ ଉଦ୍ଧାର ଦେବା ଉଚିତ ନୁହେଁ l

– ଲୁଣ ତଳେ ପଡିବା ଠିକ ନୁହେଁ, ଏହାଛଡା ଲୁଣ ଉଦ୍ଧାର ଆକାରରେ ଦେବା ମଧ୍ୟ ଉଚିତ ନୁହେଁ l ଏହା ଅଶୁଭ ଅଟେ, ଲୁଣ ଉଦ୍ଧାର ଆକାରରେ ଦେବା ଦ୍ୱାରା ଆର୍ଥିକ ସଙ୍କଟ ର ସମୁଖୀନ ଦେଖା ଦେଇଥାଏ l ତେଣୁ କଦାପି ଲୁଣ ଉଦ୍ଧାର ଆକାରରେ ଦେବା ଉଚିତ ନୁହେଁ l

– ହଳଦୀ ର ଉପଯୋଗ ପୂଜାରେ କରାଯାଇଥାଏ l ହଳଦୀ ସମ୍ବନ୍ଧ ବୃହସ୍ପତିଙ୍କ ସହିତ ରହିଛି l ତେଣୁ ହଳଦୀ ଦାନ କରିବା ଓ ହଳଦୀ ଉଦ୍ଧାର ଦେବା ଦ୍ୱାରା ଗୁରୁ ଦୋଷ ଲାଗିଥାଏ l ରୋଷେଇ ଘରେ ଥିବା ହଳଦୀ କଦାପି ପଡୋଶୀଙ୍କୁ ଦେବା ଉଚିତ ନୁହେଁ l

– ସୋରିଷ ତେଲର ସମ୍ବନ୍ଧ ଶନି ଗ୍ରହ ସହିତ ରହିଛି l ତେଣୁ କଦାପି କାହାକୁ ସୋରିଷ ତେଲ ଦେବା ଉଚିତ ନୁହେଁ l ଏହା ଦ୍ୱାରା ଶନି ଅସନ୍ତୁଷ୍ଟ ରହି ଥାଆନ୍ତି l

– ଦୁଗ୍ଧର ସମ୍ବନ୍ଧ ଚନ୍ଦ୍ର ଙ୍କ ସହିତ ରହିଛି l ତେଣୁ ଦୁଗ୍ଧ କିମ୍ବା ଦୁଗ୍ଧରେ ପ୍ରସ୍ତୁତ ଜିନିଷ କଦାପି କାହାକୁ ଉଦ୍ଧାର ଆକାରରେ ଦିଅନ୍ତୁ ନାହିଁ l ଦାନ ଆକାରରେ ଦେବା ଶୁଭ ହୋଇଥାଏ l

– ରସୁଣ ପିଆଜ ର ସମ୍ବନ୍ଧ କେତୁ ଗ୍ରହଙ୍କ ସହିତ ରହିଛ ତେଣୁ ଏହାକୁ ଉଦ୍ଧାର ଦେବା ଦ୍ୱାରା ଘରେ ଲକ୍ଷ୍ମୀଙ୍କ କୃପା ଅଟକି ଯାଇଥାଏ l ତେଣୁ ପଡୋଶୀ ଙ୍କୁ ଏହା ଉଦ୍ଧାର ଦେବା ଉଚିତ ନୁହେଁ l

Leave a comment