ଭୁଲରେ କଟା ପିଆଜକୁ ଖାନ୍ତୁ ନାହିଁ, ନହେଲେ ଭୋଗିବେ ଏହିସବୁ ରୋଗ
କରୋନା ଆସିବା ପରଠୁ ଆମ ଦୈନଦିନ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ଯେଉଁଥିରେ ସମସ୍ତ କାର୍ଯ୍ୟ ନିଜକୁ କରିବାକୁ ପଡୁଛି। ୱାର୍କ ଫର୍ମ ହାଉସ କାରଣରୁ କାର୍ଯ୍ୟ ସମୟ ମଧ୍ୟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଅଧିକାଂଶ ମହିଳା ପୂର୍ବରୁ ପନିପରିବା କାଟିକି ରଖି ଦେଉଛନ୍ତି, ବିଶେଷ କରି ପିଆଜକୁ। ଯାହାଦ୍ୱାରା ଖାଦ୍ୟ ତତକ୍ଷଣାତ୍ ପ୍ରସ୍ତୁତ ହୋଇଯାଏ। ସାଲାଡକୁ ମଧ୍ୟ ପୂର୍ବରୁ କାଟି ଫ୍ରିଜରେ ରଖାଯାଏ। ହେଲେ କଣ ଆପଣ ଜାଣନ୍ତି କି ବାସି ପିଆଜ ଖାଇବା ଦ୍ୱାରା ଫୁଡ ପଏଜିନିଂଗ ହୋଇପାରେ।
ପିତ୍ତକୁ ଶାନ୍ତ କରିବା ପାଇଁ ପିଆଜ ହେଉଛି ସର୍ବୋତ୍ତମ ଔଷଧ। ପିଆଜ ଯାହା ପିତ୍ତକୁ ଅଧିକ ସନ୍ତୁଳିତ କରିବାର ଶକ୍ତି ଥାଏ। କିନ୍ତୁ ଏହାର ଔଷଧୀୟ ଗୁଣ ଧଳା ପିଆଜରେ ଅଛି। ସ୍ୱାଦ ଅନୁସାରେ ଆପଣ ଲାଲ୍ ପିଆଜ ଖାଇପାରିବେ। କିଛି ଲୋକ ପିଆଜ ଷ୍ଟୋର କରି ରଖି ଦିଅନ୍ତି। ଏହା ଆଦୌ ଭଲ ନୁହେଁ। ଅବଶ୍ୟ, ଲାଲ ଏବଂ ହଳଦିଆ ପିଆଜ ଦୀର୍ଘ ସମୟ ଧରି ରହିଥାଏ, କିନ୍ତୁ ଯଦି ଏହା ବହୁତ ପୁରୁଣା ହୋଇଯାଏ, ତେବେ ଜୀବାଣୁ ଏଥିରେ ଉତ୍ପାଦନ ଆରମ୍ଭ ହୁଅନ୍ତି, ଯାହା ଆମ ଶରୀର ପାଇଁ ବିପଦଜନକ ହୋଇପାରେ।
ପୂର୍ବରୁ ପିଆଜ କାଟିବା ଦ୍ୱାରା ଏଥିରେ ଭୟଙ୍କର ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ, ଯାହା ଖାଇବା ପରେ ମଧ୍ୟ ଶେଷ ହୋଇ ନଥାଏ, ବଂର ଏହା ଅଧିକ ବଢି ଯାଆନ୍ତି। ଏହା ଦ୍ୱାରା ଆପଣଙ୍କୁ ଫୁଡ ପଏଜିନିଂଗ ହୋଇପାରେ। ତେଣୁ ପିଆଜ କାଟିବା ପୂର୍ବରୁ ଭାବନ୍ତୁ ଯେ ଯଦି ଆପଣ ସମୟ ବଞ୍ଚାଇବା ପ୍ରସଙ୍ଗରେ ନିଜ ଜୀବନକୁ ଖରାପରେ ପକାଇବାକୁ ଯାଉଛନ୍ତି। କଞ୍ଚା ପିଆଜ ଆଣ୍ଟି ବ୍ୟାକ୍ଟେରିଆ ଅଟେ, କିନ୍ତୁ କିଛି ଲୋକ କଞ୍ଚା ପିଆଜ ଖାଇବା ଉଚିତ୍ ନୁହେଁ। ଯଦି ଆପଣଙ୍କର ଯକୃତ ସମସ୍ୟା ଅଛି, ତେବେ କଞ୍ଚା ପିଆଜ ଖାଆନ୍ତୁ ନାହିଁ। ବହୁତ ଲୋକ ଅଛନ୍ତି ଯାହାଙ୍କ ଶରୀରରେ ଭଲ ଖାଦ୍ୟର ଅଭାବ ଯୋଗୁଁ ରକ୍ତର ଅଭାବ ହୋଇଯାଏ। ଏହା ସୁଗାର ସ୍ତରକୁ ହ୍ରାସ କରିଥାଏ। ଏପରି ପରିସ୍ଥିତିରେ, ଲୋ ରକ୍ତଚାପରେ ପୀଡିତ ଲୋକମାନେ କଞ୍ଚା ପିଆଜ ଖାଇବା ଉଚିତ୍ ନୁହେଁ। କଞ୍ଚା ପିଆଜ ଖାଇବା ଦ୍ଵାରା ରକ୍ତସ୍ରାବ ବଢି ଯାଇପାରେ।