ସଞ୍ଜୟଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ପାଇଁ ଅନୁଦାନ ପ୍ରଦାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ଲକ୍ଷ ବାର ହଜାର ଏକ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ଜଣେ ବ୍ୟକ୍ତି ଓ ଏକ ଅନୁଷ୍ଠାନ ।

ସୂଚନା ଅନୁଯାୟୀ, ଫର୍ମାସିଟିକଲ ବିତରଣ ସଂସ୍ଥା ରାଧାକୃଷ୍ଣ ଏଜେନ୍ସି ପକ୍ଷରୁ ସ୍ବରୂପ ରଞ୍ଜନ ପୃଷ୍ଟି ୧ ଲକ୍ଷ ଟଙ୍କା ଏବଂ କର୍କଟ ଆକ୍ରାନ୍ତଙ୍କ ସହାୟତା ନିମନ୍ତେ କରାଯାଇଥିବା ସମାଜ ମଙ୍ଗଳ ହୁଣ୍ଡି ରୁ ମିଳିଥିବା ୧୨,୦୦୧ ଟଙ୍କା କଳ୍ପନା ଛକ ଯୁବଗୋଷ୍ଠି ପକ୍ଷରୁ ଯୁବନେତା ଦେବାଶିଷ ଜେନା ଓ ବାପୁ ଓଝା କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏହି ରାଶି ଚେକ ମଧ୍ୟରେ ପ୍ରଦାନ କରାଯାଇଛି । ପୂର୍ବତନ କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କ ଉପସ୍ଥିତିରେ ସେମାନେ ଏହି ଚେକ ସଞ୍ଜୟଙ୍କୁ ପ୍ରଦାନ କରିଥିଲେ ।

ସେହିପରି ଦୁଇଦିନ ତଳେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନିଜର ୩ମାସର ପେନସନ ପ୍ରଦାନ କରଥିଲେ । ସେ ନିଜର ୩ମାସର ପେନସନ ପ୍ରଦାନ କରିଥିବାରୁ ରାଜ୍ୟବାସୀ ତାଙ୍କର ଅନେକ ପ୍ରଶଂସା କରିଥିଲେ । ଅପରପକ୍ଷରେ ସଞ୍ଜୟ ଦାସବର୍ମା ଏବଂ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା କରୋନା ମୁକାବିଲା ପାଇଁ ଲୋକ ସେବା ଭବନରେ ଥିବା ନିୟନ୍ତ୍ରଣ କକ୍ଷକୁ ଅନୁଧ୍ୟାନ କରିବା ସହ କରୋନା ମୁକାବିଲାର ସମସ୍ତ ବ୍ୟବସ୍ଥା ସମ୍ୱନ୍ଧରେ ପଚାରି ବୁଝିଥିଲେ ।

Leave a comment

You cannot copy content of this page