ଶ୍ରାବଣ ସୋମବାର ଏହିସବୁ ଜିନିଷ ଦାନ କରନ୍ତୁ, ଦୂର ହେବ ଆପଣଙ୍କ ସବୁ ସମସ୍ୟା , ଜାଣନ୍ତୁ କେଉଁ ସମସ୍ୟା ପାଇଁ କ’ଣ କରିବେ ଦାନ ?

0

ଶ୍ରାବଣ ସୋମବାର ମହାଦେବଙ୍କୁ ପୂଜା କରିବାର ବିଧି ରହିଛି । ଏହାସହିତ ଅନେକ ବ୍ୟକ୍ତି ସୋମବାର ବ୍ରତ ମଧ୍ୟ ରଖିଥାନ୍ତି । ଏହି ତିଥି ବ୍ରତ ସାଙ୍ଗକୁ ଦାନ ମଧ୍ୟ କରାଯାଏ । ଯଦି ଆପଣ ମଧ୍ୟ ମହାଦେବଙ୍କ ଆର୍ଶିବାଦ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଶ୍ରାବଣ ଦ୍ୱିତୀୟ ସୋମବାର କିଛି ଜିନିଷ ଦାନ କରନ୍ତୁ । ଦାନ କରିବା ଦ୍ୱାରା ଜାତକରେ ଥିବା ଅଶୁଭ ଗ୍ରହର ପ୍ରଭାବ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା..
– ଶ୍ରାବଣ ସୋମବାର ସ୍ନାନ ଶୌଚ ସାରି ଗଙ୍ଗାଜଳ ବା ଜଳରେ ଶିବଙ୍କୁ ଅଭିଶେକ କରନ୍ତୁ । ଏହି ସମୟରେ ଓଁ ନମଃ ଶିବାୟ ମନ୍ତ୍ର ଜପନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଞ୍ଚା ଖୀରରେ ମହାଦେବଙ୍କୁ ଅଭିଶେକ କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି । ଏହାସହିତ ଜାତକରେ ଚନ୍ଦ୍ରମା ମଜବୁତ ହୋଇଥାଏ । ସେଥିପାଇଁ ଏହି କଞ୍ଚ ଖୀର ଦାନ କରିବା ଶୁଭ । ତାଙ୍କ କୃପାରୁ ବିଗିଡି ଯାଇଥିବା କାମ ପୁରା ହୋଇଯିବ ।
– ଯଦି ଆପଣଙ୍କ ଜାତକରେ ଚନ୍ଦ୍ରମା କମଜୋର ଥିବେ, ତେବେ ଶ୍ରାବଣ ସୋମବାର ଗରିବ ଲୋକଙ୍କୁ ଚାଉଳ , ଚିନି, ଲୁଣ, ଖୀର ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ମହାଦେବ ପ୍ରସନ୍ନ ହେବେ ।
– ଶ୍ରାବଣ ସୋମବାର କଳାଜିରା ଏବଂ କମ୍ବଳ ଦାନ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଶନିଙ୍କ ବାଧାରୁ ମୁକ୍ତି ମିଳିବ ।
– ଯଦି ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଶ୍ରାବଣ ସୋମବାର ଝାଡୁ ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ମହାଦେବ ଏବଂ ମାତା ପାର୍ବତୀଙ୍କ କୃପା ଲାଭ ହେବ । ଏହାସହିତ ଧନଦେବୀ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ ।
– ଯଦି ମାତା ପାର୍ବତୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଶ୍ରାବଣ ସୋମବାର ସବୁଜ ଚୂଡି ଦାନ କରନ୍ତୁ । ଏହାଦ୍ୱାରା ସୁଖ ଏବଂ ସୌଭାଗ୍ୟରେ ବୃଦ୍ଧି ହେବ ।

Leave a comment