ଏଣିକି କ୍ୟୁଆର କୋଡ ଜରିଆରେ ଜାଣିପାରିବେ ଆପଣଙ୍କ ଗ୍ୟାସ ସମ୍ବନ୍ଧୀୟ ସମସ୍ତ ତଥ୍ୟ

0

ଆପଣଙ୍କ ପାଖରେ ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର କନେକସନ୍‌ ଅଛି, ତାହେଲେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ ତରଫରୁ କ୍ୟୁଆର କୋଡ ବେସଡ ସିଲିଣ୍ଡରକୁ ଲଞ୍ଚ୍‌ କରାଯାଇଛି। ଏହାଦ୍ୱାରା ଆପଣ ସିଲିଣ୍ଡରକୁ ଟ୍ରାକ ଆଣ୍ଡ ଟ୍ରାସ୍‌ କରିପାରିବେ।

ଇଣ୍ଡିଆନ୍‌ ଅଏଲର ଚେୟାରମ୍ୟାନ କହିଛନ୍ତି ଯେ ଆଗାମୀ ତିନି ମାସରେ ସମସ୍ତ ଘରୋଇ ଗ୍ୟାସ୍‌ ସିଲିଣ୍ଡରରେ କ୍ୟୁଆର କୋଡ ହେବ। ଓ୍ଵାଲର୍ଡ ଏଲପିଜି ଓ୍ଵିକ ୨୦୨୨ ମଉକାରେ କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଏହା ଏକ କ୍ରାନ୍ତିକାରୀ ପରିବର୍ତ୍ତନ। କାହିଁକିନା ଗ୍ରାହକ ଏଲପିଜି ସିଲିଣ୍ଡରକୁ ଟ୍ରାକ୍‌ କରିପାରିବେ।

ସେ କହିଛନ୍ତି ଯେ କ୍ୟୁଆର କୋଡ ଜରିଆରେ ଗ୍ରାହକ ସିଲିଣ୍ଡର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ନେଇପାରିବେ। ଯେମିତିକି ସିଲିଣ୍ଡରକୁ କେଉଁଠି ରିଫିଲିଙ୍ଗ୍‌ କରାଯାଇଛି। ଏବଂ ସିଲିଣ୍ଡର ସହ ଜଡିତ କଣ କଣ ସବୁ ସେଫ୍ଟି ଟେଷ୍ଟ ନିଆଯାଇଛି। କ୍ୟୁଆର କୋଡକୁ ମହଜୁଦ ସିଲିଣ୍ଡରରେ ଲେବଲ ମାଧ୍ୟମରେ ଚିପକା ଯିବ। ସେହିପରି ନୂଆ ସିଲିଣ୍ଡରରେ ଏହାକୁ େଓ୍ଵଲଡ କରାଯିବ।

ୟୁନିଟ୍‌ କୋଡ ବେସଡ ଟ୍ରାକ୍‌ ଅନୁଯାୟୀ ପୂର୍ବରୁ ଫେଜରେ କ୍ୟୁଆର କୋଡ ସହିତ ଏମ୍ବେଡ ହୋଇଥିବା ୨୦ ହଜାର ଏଲପିଜି ସିଲିଣ୍ଡ ଜାରି କରାଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ଏକ ପ୍ରକାର ବାରକୋଡ। ଯାହାକୁ ଡିଜିଟାଲ ଡିଭାଇସ ଦ୍ୱାରା ରିଡ କରାଯାଏ। ତେବେ ଯାହା ସୂଚନା ରହିଛି ଆଗାମୀ ତିନି ମାସରେ ସମସ୍ତ ୧୪.୨ କିଲେଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରରେ କ୍ୟୁଆର କୋଡ ଲଗାଯିବ।

ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଲଞ୍ଚ୍‌ ହେବା ପୂର୍ବରୁ ଦେଶରେ ପରିସ୍କାର ଖାଦ୍ୟ ରାନ୍ଧିବାର ଉପଲବ୍ଧତା ଗ୍ରାମୀଣ ପରିବାର ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା। କେନ୍ଦ୍ର ସରକାରୀଙ୍କ ଦ୍ୱାରା ଉଜ୍ଜ୍ୱଳା ଯୋଜନା ଆରମ୍ଭ ହେବା ପରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ବହୁତ ମାତ୍ରାରେ ସାହାଯ୍ୟ ମିଳିପାରୁଛି।

Leave a comment