କୁକୁର କାମୁଡି ଦେଲେ ତୁରନ୍ତ କରନ୍ତୁ ଏହି କାମ ! ହେବନି ଇନଫେକ୍ସନ

0

ରାସ୍ତାକଡରେ ବୁଲୁଥିବା କୁକୁରଙ୍କୁ କାବୁରେ ରଖିବା ଆମ ହାତରେ ନାହିଁ । କିନ୍ତୁ ଏମାନେ କାମୁଡିବା ପରେ ଆମେ କଣ କରି ପାରିବା ତାହା ଆମ ହାତରେ ଅଛି । ବେଳେ ବେଳେ ଏମିତି ପରିସ୍ଥିତ ହୋଇଥାଏ ଆମେ ତୁରନ୍ତ ଡାକ୍ତରଖାନାରେ ପହଂଚିପାରେନି । ତେଣୁ ଡାକ୍ତରଖାନା ଯିବା ପୂର୍ବରୁ କିଛି ଘରୋଇ କିଛି ପ୍ରାଥମିକ ଉପଚାର କରିପାରିବେ, ଯାହାଦ୍ୱାରା ଆପଣଙ୍କ ଶରୀରରେ ଇନଫେକସନ୍ ହେବାରୁ ରୋକି ପାରିବେ ।
ଏବେ ନଜର ପକାନ୍ତୁ କିଛି ତୁରନ୍ତ ପ୍ରାଥମିକ ଉପଚାର ଉପରେ,
ଯେଉଁ ଜାଗାରେ କୁକୁର କାମୁଡିଥିବ ପ୍ରଥମେ ସେ ସ୍ଥାନକୁ ଜୋର ଜୋରରେ ପାଣି ଛାଟି ଧୋଇ ସଫା କରିଦିଅନ୍ତୁ । ଏଭଳି କରିବା ଦ୍ୱାରା ସେ ସ୍ଥାନରେ କୌଣସି ପ୍ରକାରର ଇନଫେକ୍ସନ ହେବାର ଆଶଙ୍କା କମ୍ ରହିଥାଏ।
ସେହିଭଳି ଯଦି ଆପଣଙ୍କ ଘରେ ଆଂଟିବ୍ୟାକ୍ଟେରୀଆଲ ସାବୁନ ଥିବ, ତେବେ କୁକୁର କାମୁଡିଥିବା ଜାଗାରେ ଏହି ସାବୁନକୁ ଲଗାଇ ଉକ୍ତ ସ୍ଥାନଟିକୁ ଭଲଭାବରେ ସଫା କରିଦିଅନ୍ତୁ । ଏହାଦ୍ୱାରା ମଧ୍ୟ ଆପଣଙ୍କୁ ବହୁତ ଫାଇଦା ମିଳିବ । ଏଥି ସହିତ ହିଁ ଯଦି ଘରେ ସ୍ପିରିଟ୍ କିମ୍ବା ଆଲକୋହଲ ଥିବ ତେବେ ତାକୁ ବି କ୍ଷତ ସ୍ଥାନ ସଫା କରିବା ପାଇଁ ବ୍ୟବହାର କରିପାରିବେ । ଆଉ ଏଭଳି କରିବାର ତୁରନ୍ତ ବାଦ୍ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ନିହାତି ଆବଶ୍ୟକ ।
ଏହାବ୍ୟତୀତ ଯଦି ଉକ୍ତ କ୍ଷତ ସ୍ଥାନରୁ ବହୁତ ଜୋରରେ ରକ୍ତସ୍ରାବ ହେଉଛି ତେବେ ଏଭଳି ପରିସ୍ଥିତିରେ ରକ୍ତକୁ ବନ୍ଦ କରିବା ପାଇଁ କ୍ଷତ ସ୍ଥାନକୁ ଏକ ସଫା କପଡାରେ ଜୋରରେ ବାନ୍ଧି ଦିଅନ୍ତୁ । କୁକୁର କାମୁଡିବା ପରେ ସବୁଠୁ ଜରୁରୀ କଥା ହେଲା କି, କୁକୁର କାମୁଡିଥିବା ସ୍ଥାନକୁ ଭଲ ଭାବରେ ସଫା ରଖିବା , ଯାହାଦ୍ୱାରା କି ଇନଫେକ୍ସନ ହେବନାହିଁ । କ୍ଷତ ସ୍ଥାନକୁ ସଫା କରି ତୁରନ୍ତ ଆଂଟିବାୟୋଟିକ୍ କ୍ରିମ ଲଗାନ୍ତୁ , ଯାହାଦ୍ୱାରା ଇନଫେକ୍ସନ ହେବାର ଆଶଙ୍କା କମ ରହିବ ।
ସେହିଭଳି ଆଂଟିବାୟୋଟିକ୍ କ୍ରିମ ଲଗାଇବା ପରେ କ୍ଷତ ଜାଗାକୁ ବ୍ୟାଣ୍ଡେଜ କପଡାରେ ଭଲ ଭାବରେ ବାନ୍ଧି ଦିଅନ୍ତୁ । ଏହାଦ୍ୱାରା ଘାରେ କୌଣସି ପ୍ରକାରର ଇନଫେକ୍ସନ ହେବ ନାହିଁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଭଳି କରିବାର ତୁରନ୍ତ ବାଦ୍ ଡାକ୍ତରଙ୍କ ପରାମର୍ଶ ଲୋଡିବା ନିହାତି ଜରୁରୀ ।

Leave a comment

You cannot copy content of this page