ଆପଣଙ୍କ ପିଲା ଅଧିକା ମାୟୋନିଜ ଖାଇବାକୁ ପସନ୍ଦ କରୁଛି କି ? ତେବେ ଏହାକୁ ଖାଇବା ଦ୍ୱାରା ଏଭଳି ରୋଗ ହେବାର ସମ୍ଭାବନା ରହିଛି, ହୋଇଯାନ୍ତୁ ସତର୍କ

0

ଆଜିକାଲି ଫାଷ୍ଟ ଫୁଡ ଖାଇବାର ଗୋଟିଏ ଟ୍ରେଣ୍ଡ ଚାଲିଛି, ଯେଉଁଥିରେ ଆମେ ମାନେ ଅତାଧିକ ମାୟୋନିଜ ର ବ୍ୟବହାର କରିଥାଉ l କାରଣ ପିଜା, ବର୍ଗର, ପରଟା , ରୋଲ ଏହି ସମସ୍ତ ଜିନିଷରେ ପିଲାମାନେ ମାୟୋନିଜ ଖାଇବାକୁ ପସନ୍ଦ କରି ଥାଆନ୍ତି l ଧଳା ରଙ୍ଗର ଷ୍ଟ୍ରେଙ୍କଚର ରେ ମିଳୁଥିବା ଏହି ମାୟୋନିଜ ଶରୀର ପାଇଁ ଖୁବ କ୍ଷତି କାରକ ଅଟେ l କାରଣ ଏହି ଖାଦ୍ୟଟି ଫାଷ୍ଟ ଫୁଡ ସହିତ ମିଶି ଶରୀରକୁ ଡ଼ିସବାଲାନ୍ସ କରି ଦେଇଥାଏ l ଆସନ୍ତୁ ଆଜି ଜାଣିବା ଅଧିକ ମାୟୋନିଜ ଖାଇବା ଦ୍ୱାରା ଶରୀରର କେଉଁ ସବୁ କ୍ଷତି ହୋଇଥାଏ l

-ଉଚ୍ଚ ରକ୍ତଚାପ ସମସ୍ୟା –
ଅନେକ ସମୟରେ ଖୁସିରେ ଖାଉଥିବା ଜିନିଷ ଜୀବନ ପ୍ରତି ବିପଦ ଆଣିଥାଏ l ମାୟୋନିଜ ରେ ଓ଼ମେଗା 6 ଫ୍ୟାଟି ଏସିଡ ଖୁବ ଅଧିକ ମାତ୍ରାରେ ରହିଥାଏ l ଯଦି ଆପଣ ଏହାକୁ ଅଧିକ ସେବନ କରିବେ ତେବେ ଉଚା ରକ୍ତଚାପ ସମସ୍ୟା ଦେଖା ଦେଇପାରେ l ଫାଷ୍ଟ ଫୁଡ ସ୍ୱାଦ ବଢ଼ୁଥିବା ମାୟୋନିଜ ରକ୍ତ ଚାପ ସହିତ ହାର୍ଟ ଷ୍ଟ୍ରୋକ ର ମଧ୍ୟ କାରଣ ହୋଇପାରେ l

– ଓଜନ ବୃଦ୍ଧି ସମସ୍ୟା –
ମାୟୋନିଜ ରେ କ୍ୟାଲୋରୀ ଖୁବ ଅଧିକ ରହିଥାଏ l ତେଣୁ ଏହାକୁ ନିୟମିତ ଖାଇବା ଦ୍ୱାରା ଓଜନ ବୃଦ୍ଧି ସମସ୍ୟା ଦେଖାଯାଏ l କାହିଁକି ନା ମାୟୋନିଜ ପ୍ରସ୍ତୁତ ପାଇଁ ଅଧିକ ପରିମାଣ ରେ ତେଲ ର ପ୍ରୟୋଗ ହୋଇଥାଏ l ତେଣୁ ଏହି କାରଣରୁ ଓଜନ ବୃଦ୍ଧି ଦ୍ରୁତ ଗତିରେ ହୋଇଥାଏ l

– ରକ୍ତ ଶର୍କରା ସ୍ତର ବୃଦ୍ଧି ପାଇଥାଏ –
ମାୟୋନିଜ ଖାଇବାକୁ ସୁସ୍ୱାଦୁ ଲାଗିଥାଏ l ଯଦି ପ୍ରତିଦିନ ଏହାକୁ ଆପଣ ଅଧିକ ମାତ୍ରାରେ ସେବନ କରିବେ ତେବେ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ହୋଇପାରେ l ଅତ୍ୟଧିକ ମାୟୋନିଜ ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ରେ ରକ୍ତ ଶର୍କରା ବୃଦ୍ଧି ପାଇଥାଏ l

Leave a comment