ଆପଣଙ୍କ ପିଲାଠାରେ ଦେଖିବାକୁ ମିଳୁଛି କି ଏହି ସ୍ୱଭାବ ? ଏହି ଲକ୍ଷଣ ଦେଖାଯାଉଥିଲେ ଜାଣିନିଅନ୍ତୁ ଆପଙ୍କ ପିଲା ଡିପ୍ରେସନର ହୋଇଛି ଶିକାର
ଆଜିକାଲିର ଯେଉଁ ପାଠ ପଢିବା ବୋଝ, ଏହା ପୂର୍ବରୁ ଏଭଳି ନଥିଲା l ପୂର୍ବରୁ ଯେଉଁଠି ମାତ୍ର କେତେଖଣ୍ଡ ପୁସ୍ତକ ରେ ପିଲାଙ୍କ ପାଠପଢା ସମ୍ପୂର୍ଣ ହେଉଥିଲା, ଆଜି ସେହି ସ୍ଥାନରେ ନିଜର ଶିକ୍ଷାକୁ ନେଇ ପିଲାମାନେ ମାନସିକ ଚାପରେ ରହୁଛନ୍ତି l ଏହାଛଡା ପିତାମାତାଙ୍କ ବ୍ୟସ୍ତବହୁଳ ଜୀବନ, ଐକାନ୍ତିକ ପରିବାର, ମୋବାଇଲ ଫୋନ ରେ ପିଲାମାନେ ବ୍ୟସ୍ତ ରହିବା, ଏହାଛଡା ଘରେ ଘରେ ପିତାମାତା ଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଝଗଡା ହେବା , ଏହିଭଳି ଅନେକ କାରଣ ଆଜିର ପିଲାମାନଙ୍କ ମଧ୍ୟରେ ଡିପ୍ରେସନ ବୃଦ୍ଧି କରୁଛି l ଏହିସବୁ ସମସ୍ୟା ପିଲାଙ୍କୁ ମାନସିକ ଭାବରେ ରୁଗଣ କରି ଦେଉଛି l ପିଲାମାନେ ପୂର୍ବରୁ ଘରର ଗୁରୁଜନ ମାନଙ୍କ ସହିତ ଅଧିକରୁ ଅଧିକ ସମୟ ଅତିବାହିତ କରୁଥିଲେ, କିନ୍ତୁ ଆଜିକାଲି ତେହା ଦେଖିବାକୁ ମିଳୁନାହିଁ l ଏହାଛଡା ବର୍ତମାନ ପିଲାଙ୍କ ମଧ୍ୟରେ ସହିଷ୍ଣୁ ଗୁଣ ଆଉ ଦେଖିବାକୁ ମିଳୁନାହିଁ l
ଗୋଟିଏ ଗବେଷଣା ଅନୁସାରେ ପିଲାମାନଙ୍କ ସ୍ୱଭାବରେ କିଛିଟା ପରିବର୍ତନ ହେବାଦ୍ବାରା ଆପଣ ଜାଣି ପାରିବେ ଯେ ଆପଣଙ୍କ ପିଲା ଡିପ୍ରେସନ ର ଶିକାର ହେଉଛି l ତେଣୁ ଏହାକୁ ପ୍ରତ୍ୟେକ ମାତାପିତା ସତର୍କତାର ସହିତ ଦୃଷ୍ଟି ଦେବା ଜରୁରୀ l
– ଯଦି ଆପଣଙ୍କ ଖୁବ ଛୋଟ ଛୋଟ କଥାରେ ଚିଡି ଉଠି ପ୍ରତିକ୍ରିୟା ଦେଉଛି କିମ୍ବା ଅନ୍ୟ ମାନଙ୍କ ସହିତ ମାଡଗୋଳ କରୁଛି ତେବେ ପିତାମାତା ଏହାକୁ ଖୁବ ସମ୍ବେଦନଶୀଳ ଭାବରେ ଗ୍ରହଣ କରିବା ଆବଶ୍ୟକ l ଶିଶୁ ମନସ୍ତତ୍ବବିତ ଙ୍କ ମତ ଅନୁସାରେ ଏହି ସ୍ଥିତି ପିଲାଟିର ଡିପ୍ରେସନ କୁ ସୂଚେଇ ଥାଏ l ପିଲାକୁ ମାଡ଼ମାରିବା ପରିବର୍ତେ ମନୋଚିକିତ୍ସକ ଙ୍କ ନିକଟକୁ ନେବା ଜରୁରୀ l
– ଯଦି ପିଲାଟି ଅଧିକ ଚୁପ ରହୁଛି, କାହା ସହିତ କଥା ହେବାକୁ ଇଛା କରୁନାହିଁ, କିମ୍ବା ନିଜ ସହପାଠୀ ମାନଙ୍କ ସହିତ ଖେଳିବାକୁ ପସନ୍ଦ କରୁନାହିଁ ଏଭଳି ସ୍ଥିତିରେ ପିତାମାତା ସତର୍କ ରହିବ ଜରୁରୀ ଓ ପିଲାଟିର ଅଧିକ ନିକଟତର ହୋଇ କଣ ତା ମନରେ ଚାଲିଛି ବୁଝିବା ଜରୁରୀ l ନଚେତ ପିଲାଟିକୁ କାଉନସେଲିଂ କରିବା ନିହାତି ଆବଶ୍ୟକ l
– ଯଦି ପିଲାଟି ଏକୁଟିଆ ରହିବା ସହିତ ଚୁପଚାପ ରହିବାକୁ ପସନ୍ଦ କରୁଛି ଓ ନିଜକୁ କୋଠରୀ ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ କରି ରଖୁଛି ଏହା ଠିକ ନୁହେଁ l ତାକୁ ଏକାକୀ ନଛାଡି ଶିଶୁ ମନୋବିଜ୍ଞାନୀ ଙ୍କ ସହିତ ପରାମର୍ଶ କରନ୍ତୁ l ପିଲାଟିର ଏହି ସ୍ଵଭାଵ ତାକୁ ବିପଦ ଆଡକୁ ଟାଣି ନେଇପାରେ l