ଆପଣଙ୍କ ପିଲାର ଅନ୍ୟକୁ ମାଡ଼ ମାରିବାର ଅଭ୍ୟାସ ରଖିଛି କି ? ଏଭଳି କୁପ୍ରଭାବରୁ ବଂଚିତ ରଖିବା ପାଇଁ ପିଲାଙ୍କ ଅଭ୍ୟାସରେ କରନ୍ତୁ ପରିବର୍ତ୍ତନ
ଛୋଟ ପିଲା ମଧ୍ୟରେ ଅନେକ ପ୍ରକାରର ଭଲ ଗୁଣ ଓ ଖରାପ ଗୁଣ ରହିଥାଏ । ଏଭଳି କିଛି ଖରାପ୍ ଗୁଣ ଥାଏ ଯାହା ତାର ଭଲ ଗୁଣକୁ ମଧ୍ୟ ଲୁଚାଇ ଦେଇଥାଏ । ସେହି ଗୁଣମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଅନ୍ୟ କୁ ହାତ ଉଠାଇବା । ଆମେ ଅନେକ ସମୟରେ ନିଜ ପଡୋଶୀ ମାନଙ୍କ ନିକଟରୁ କିମ୍ବା ଘରର ସଦସ୍ୟ ମାନଙ୍କ ନିକଟରୁ ନିଜ ପିଲାର ସବୁଠୁ ବଦ ଗୁଣ ମାଡ଼ ମାରିବା ବିଷୟରେ ଅଭିଯୋଗ ଶୁଣି ଥାଉ ।
ଏହି ଅଭିଯୋଗ ବେଳେ ବେଳେ ଏତେ ପରିମାଣ ରେ ବଢ଼ି ଯାଇଥାଏ ଯେ ଯାହାର ଅଭିଯୋଗ ଆମକୁ ଭାରାକ୍ରାନ୍ତ କରି ପକାଇଥାଏ । ତେଣୁ ଶିଶୁ ମନସ୍ତତ୍ତ୍ୱ ବିତ୍ ଙ୍କ ମତରେ ଏଭଳି କିଛି ମାଧ୍ୟମ ରହିଛି ଯାହାଦ୍ଵାରା ଆପଣ ନିଜ ପିଲାର ଏହି ଅଭ୍ୟାସ କୁ ଦୂରେଇ ପାରିବେ ।
ନିଜ ପିଲା ମଧ୍ୟରେ ଯଦି ଏହି ଅଭ୍ୟାସ ଦେଖୁଛନ୍ତି ତେବେ ତାକୁ ଖୁବ୍ ଧ୍ୟାନ ଦେବା ଆବଶ୍ୟକ । ଏଭଳି ସ୍ଥିତି ରେ ପିଲାକୁ ଡରେଇବା କିମ୍ବା ମାଡ଼ ମାରିବା ଉଚିତ୍ ନୁହେଁ । ବରଂ ପିଲାକୁ ଧର୍ଯ୍ୟ ର ସହିତ ବୁଝାଇବା ଆବଶ୍ୟକ । ଯଦି ଆପଣ ଅନ୍ୟ ଆଗରେ ନିଜ ପିଲାଙ୍କୁ ଗାଳି ଦେବା ଓ ମାଡ଼ ମାରିବା ଭଳି କାର୍ଯ୍ୟ କରିବେ ତେବେ ଏହା ପିଲାଟି ର ଭାବନା ରେ ବ୍ୟାଘାତ ସୃଷ୍ଟି କରିବ । ଏଭଳି ସ୍ଥିତି ରେ ପିଲାକୁ ନିଜ ଆଖି ଆଗରେ ରଖି ଧର୍ଯ୍ୟ ର ସହିତ ବୁଝାଇବା ଆବଶ୍ୟକ ।
– ପିଲାଟିଏ ଛୋଟ ବେଳରୁ ନିଜ ପରିବାର ରୁ ସବୁକିଛି ସିଖିଥାଏ । ଯାହା କୁ ସିଏ ନିଜ କାର୍ଯ୍ୟ ରେ ଲଗାଇଥାଏ । ଯେଭଳି କି ଯଦି ପରିବାରର କେହି ଅନ୍ୟକୁ ମିଛରେ ହାତ ଉଠାଇ ଥାଏ , ତେବେ ତାହା ଶିଶୁ ଟି ଦେଖି କାର୍ଯ୍ୟ ରେ ଲଗାଇ ଥାଏ । ତେଣୁ ସେଥି ପ୍ରତି ମାତାପିତା ସତର୍କ ରହିବା ଆବଶ୍ୟକ ।
– ଏଭଳି ସ୍ଵଭାବ ର ପିଲାମାନେ ସାଧାରଣ ଭାବରେ ଅନ୍ୟ କୁ ମାଡ଼ ମାରିବା ପୂର୍ବରୁ କିଛି ବୁଝି ପାରି ନଥାଆନ୍ତି । ଅତ୍ୟଧିକ ଉତଖିପ୍ତ ହୋଇ ହାତ ଉଠାଇ ଥାଆନ୍ତି। ଏଭଳି ପିଲାଙ୍କୁ ନୈତିକ ଜ୍ଞାନ ନିହାତି ଶିଖାଇବା ଜରୁରୀ । ଅନ୍ୟ କୁ ହାତ ଉଠାଇବା ଦ୍ଵାରା କଣ ହୋଇଥାଏ ଶିଖନ୍ତୁ ।
– ନିଜ ପିଲାଙ୍କ ମଧ୍ୟରେ ବିନମ୍ରତା ସ୍ଵଭାବ ଭରନ୍ତୁ।କିଛି ପିଲା ଅନ୍ୟ ପିଲାଙ୍କ ଜିନିଷ କୁ ଜୋର୍ ଜବରଦସ୍ତ ଛଡାଇବା ସ୍ଵଭାବ ର ହୋଇ ଥାଆନ୍ତି । ଏହା କରିବାକୁ ବାରଣ କରିବା ଉଚିତ୍ । ଏହାଛଡା ଏହା ଗୋଟିଏ ଭୁଲ କାର୍ଯ୍ୟ ବୋଲି ପିଲାକୁ କୁହନ୍ତୁ ଓ ଏଭଳି କାର୍ଯ୍ୟ କୁ କଦାପି ପ୍ରୋତ୍ସାହନ ଦିଅନ୍ତୁ ନାହିଁ।
– ଯେତେବେଳେ ଆପଣଙ୍କ ପିଲା କିଛି ଭୁଲ କାର୍ଯ୍ୟ କରୁଛି ସେତେବେଳେ ସେହି କାର୍ଯ୍ୟ କୁ କରିବା ପଛର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ । ନିଜ ପିଲା କୁ ଛୋଟ ବେଳରୁ ଶିଖନ୍ତୁ ଯେ ଭୁଲ କାମର ପରିଣାମ କଣ ହୋଇଥାଏ ।