ରାତ୍ରୀଭୋଜନ ପରିତ୍ୟାଗ କଲେ କ’ଣ ସତରେ ପତଳା ହେବାରେ ସାହାଯ୍ୟ କରେ ? ଜାଣନ୍ତୁ କ’ଣ କହୁଛି ଗବେଷଣା

0

ଆଜିର ସମୟରେ ମେଦ ବହୁଳତା ହୋଇଛି ଗୋଟିଏ ବଡ଼ ଚିନ୍ତାର କାରଣ l ଏହି ସମସ୍ୟାରୁ ଆରାମ ପାଇବା ପାଇଁ ଲୋକେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି l କିଏ ଜିମ ରେ ସମୟ ବିତାଉଛି ତ ଆଉ କେହି ଡାଏଟିଂ କରି ଆଉ କେହି ଖାଦ୍ୟ ଛାଡି ଦେଉଛି ମଧ୍ୟ l କିଛି ଲୋକ ଭାବି ଥାଆନ୍ତି ଯେ ସେ ଯଦି ଦିନକୁ ଥରଟିଏ ଖାଦ୍ୟ ଖାଇବେ ତେବେ ଓଜନ ହ୍ରାସ କରିଯିବେ l ଏହି ସବୁ ଭୁଲ ବୁଝାମଣା ମଧ୍ୟରେ କିଛି ଲୋକେ ରାତ୍ରୀ ଭୋଜନ କୁ ସ୍କିପ କରନ୍ତି , ସେମାନଙ୍କର ଧାରଣା ରହିଥାଏ ଯେ ଖାଦ୍ୟ କମ୍ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l କିନ୍ତୁ ଆପଣ ଜାଣି ରଖିବା ଉଚିତ ଯେ ଆପଣଙ୍କର ଏହି ଧାରଣା ସମ୍ପୂର୍ଣ ଭୁଲ ଅଟେ l ଅଧ୍ୟୟନ କହୁଛି ଯେ ଗୋଟିଏ ଓଳିର ଖାଦ୍ୟ ସ୍କିପ କରିବା ଦ୍ୱାରା ଓଜନ ହ୍ରାସ ପରିବର୍ତେ ବୃଦ୍ଧି ହୋଇଥାଏ l

ରାତ୍ରୀ ଭୋଜନ ଶରୀର ପାଇଁ ଖୁବ ଆବଶ୍ୟକ, ଏହା ଶରୀର କୁ ପୋଷାକ ତତ୍ୱ ଯୋଗାଇ ଥାଏ l ଗବେଷକ ଙ୍କ ମତରେ ରାତ୍ରୀ ଭୋଜନ ସ୍ୱଳ୍ପ ମାତ୍ରାର ଖାଇବା ଆବଶ୍ୟକ, କିନ୍ତୁ ସମ୍ପୂର୍ଣ ତ୍ୟାଗ ଉଚିତ ନୁହେଁ l

ରାତ୍ରୀଭୋଜନ ତ୍ୟାଗ ଦ୍ୱାରା ଶରୀର ଉପରେ ସବୁ କେଉଁ ପ୍ରଭାବ ପଡିଥାଏ ? –

– ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ :
ଗବେଷଣା କହୁଛି ଯେ ରାତ୍ରୀ ଭୋଜନ ସମ୍ପୂର୍ଣ ତ୍ୟାଗ କରିବା ଦ୍ୱାରା ପେଟ ସମ୍ବନ୍ଧିତ ଅନେକ ସମସ୍ୟା ଦେଖା ଦେଇପାରେ l ଯେପରିକି କୋଷ୍ଠ କାଠିନ୍ୟ ସମସ୍ୟା, କିମ୍ବା ଡାଇରିଆ ଭଳି ସମସ୍ୟା ଦେଖାଦେଇପାରେ l ରାତ୍ରୀ ଭୋଜନ ନଖାଇବା ଦ୍ୱାରା ଆମ ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀ ରେ ବାଧା ହୋଇଥାଏ l ଯାହାର ପ୍ରଭାବ ଆମର ଡ଼ାଈଜେଷ୍ଟିଭ ସିଷ୍ଟମ ଉପରେ ପଡିଥାଏ l

– ଦୁର୍ବଳ ଲାଗିଥାଏ :
ଯଦି ଆମେ ରାତ୍ରୀ ଭୋଜନ ତ୍ୟାଗ କରିବା ତେବେ ଜରୁରୀ ପୋଷାକ ତତ୍ୱରୁ ଆମ ଶରୀର ନିବୃତ ରହିଥାଏ l ଦୁର୍ବଳତା କାରଣରୁ ଶରୀର ରେ ବିଭିନ୍ନ ସମସ୍ୟା ଦେଖାଦେଇ ଥାଏ l ଯେପରିକି ଶରୀର କୁ ଥକା ଲାଗିବା, ଚିଡିଚିଡା ଲାଗିବା, କାମରେ ମନ ନଲାଗିବା ଇତ୍ୟାଦି l

– ସ୍ଲିପିଂ ସାଇକେଲ ପ୍ରଭାବିତ ହୁଏ :
ରାତ୍ରୀ ଭୋଜନ ଶୀଘ୍ର କରିଦେବା ଆବଶ୍ୟକ l କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଭୋଜନ ତ୍ୟାଗ କରିବା ଉଚିତ ନୁହେଁ l କାହିଁକି ନା ଏହା ଆମର ସ୍ଲିପିଂ ସାଇକେଲ କୁ ପ୍ରଭାବିତ କରିଥାଏ l ନିଦ୍ରା ହୀନତାର ଶିକାର ହୋଇ ପାରନ୍ତି l ଏହା ଆପଣଙ୍କ ଶରୀର ର ଇମ୍ୟୁନିଟି ଓ ମେଟାବୋଲିଯିମ ଉପରେ ପଡିଥାଏ ଓ ଅଧିକ କ୍ରୋଧ ବୃଦ୍ଧି ପାଇଥାଏ l

– ରକ୍ତ ସରକାର ସ୍ତର ଉପରେ ପ୍ରଭାବ ପକାଇଥାଏ :
ଯଦି ଆମେ ଠିକ ସମୟରେ ଖାଦ୍ୟ ନଖାଇ ଥାଉ, ଏହା ଆମର ରକ୍ତ ସରକାର ସ୍ତର ଉପରେ ପ୍ରଭାବ ପକାଇଥାଏ l ଯଦି ଆପଣ ରକ୍ତଚାପ କିମ୍ବା ମଧୁମେହ ସମସ୍ୟାରେ ଗତି କରୁଛନ୍ତି ତେବେ କଦାପି କୌଣସି ମିଲ ସ୍କିପ କରିବା ଉଚିତ ନୁହେଁ l

– ଓଜନ ହ୍ରାସ ବଦଳରେ ବୃଦ୍ଧି ହେବାର ଥାଏ ଆଶଙ୍କା :
କୁହାଯାଏ ଯେ ଗୋଟିଏ ଦିନର ସମସ୍ତ ମିଲ ଖୁବ ଜରୁରୀ ଅଟେ l ସକାଳ ଜଳଖିଆ ଅଧିକ ହେବା ଆବଶ୍ୟକ l ମଧ୍ୟାହ୍ନ ଭୋଜନ ସାମାନ୍ୟ ଓ ରାତ୍ରୀ ଭୋଜନ ଖୁବ କମ l କିନ୍ତୁ ଏହାର ଅର୍ଥ ନୁହେଁ ଯେ ରାତ୍ରୀ ଭୋଜନ ସମ୍ପୂର୍ଣ ତ୍ୟାଗ କରିଦେବା ଆବଶ୍ୟକ l ଯଦି ଆପଣ ରାତ୍ରୀ ଭୋଜନ ତ୍ୟାଗ କରିଦେବେ ତେବେ ଏହା ଆପଣଙ୍କ ମେଦ ବହୁଳତାର ମଧ୍ୟ କାରଣ ହୋଇପାରେ l ରାତ୍ରୀ ଭୋଜନ ସର୍ବଦା ଶୀଘ୍ର କରିବା ଆବଶ୍ୟକ l

Leave a comment