ଏଣିକି ଗର୍ଭପାତ ନିମନ୍ତେ ଡାକ୍ତରମାନେ ଏମ୍‌ଟିପି ଆଇନ ପାଳନ କରିବେ

0

ଏଣିକି ଗର୍ଭପାତ ନିମନ୍ତେ ମେଡିକାଲ୍‌ ଟର୍ମିନେସନ୍‌ ଅଫ୍‌ ପ୍ରେଗ୍‌ନାନ୍ସି (ଏମ୍‌ଟିପି) ଆମେଣ୍ଡମେଣ୍ଟ ଆକ୍ଟ-୨୦୨୧କୁ ଡାକ୍ତରମାନେ ଅନୁସରଣ କରିବେ ।

ଏହି ନିୟମ ଅନୁଯାୟୀ ତିନୋଟି ଫର୍ମାଟ୍‌ରେ ଥିବା ଫର୍ମକୁ ଡାକ୍ତରମାନେ ପୂରଣ କରି ଯାହାକିଛି ପଦକ୍ଷେପ ନେବେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏମ୍‌ଟିପି ନିୟମ ଅନୁଯାୟୀ ଗର୍ଭପାତ ପୂର୍ବରୁ ଡାକ୍ତର ନିଜ ନାମ ଫର୍ମରେ ପୂରଣ କରିବା ସହ ଗର୍ଭବତୀଙ୍କ ନାମ ଓ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଉଲ୍ଲେଖ କରିବେ । କେଉଁ ହସ୍ପିଟାଲ ରେଫର କରିଛି, ତାହାର ନାମ ଓ ପଞ୍ଜିକରଣ ନାମ ରହିବ । ଦ୍ୱିତୀୟ ଫର୍ମାଟ୍‌ରେ ଗର୍ଭଧାରଣ ସମୟ ସୀମା ଲେଖିବେ । ଗର୍ଭ ନିରୋଧକ ବ୍ୟବସ୍ଥା ବିଫଳ ନେଇ ତଥ୍ୟ ଉଲ୍ଲେଖ କରିବା ସହ ଗର୍ଭବତୀଙ୍କ ଅନ୍ୟାନ୍ୟ ଆନୁସଙ୍ଗିକ ତଥ୍ୟ ପୂରଣ କରିବେ ଡାକ୍ତର ।

ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଅଛି କି ନା, ଶାରୀରିକ କ୍ଷତି ଓ ମାନସିକ ସ୍ଥିତି, ଗର୍ଭସ୍ଥ ଶିଶୁର ସ୍ଥିତି ଓ ଶାରୀରିକ ବିକାଶ ତଥ୍ୟ ମଧ୍ୟ ଉଲ୍ଲେଖ ରହିବ । ଉଭୟ ସ୍ୱାମୀ ଓ ସ୍ତ୍ରୀ ଗର୍ଭପାତରେ ସମ୍ମତି ପ୍ରକାଶ କରିବା ଆବଶ୍ୟକ । ସ୍ୱତନ୍ତ୍ର ସ୍ଥିତିରେ ୨୦ ସପ୍ତାହ ପରିବର୍ତ୍ତେ ୨୪ ସପ୍ତାହ ପରେ ବି ଗର୍ଭପାତ କରାଯାଇପାରିବ । ପୂର୍ବରୁ ହସ୍ପିଟାଲରେ ଗର୍ଭପାତ କଲେ କୋର୍ଟଙ୍କ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ୁଥିଲା । ଏବେ ଆଉ କୋର୍ଟଙ୍କ ଅନୁମତି ଆବଶ୍ୟକ ନାହିଁ । ବର୍ତ୍ତମାନ ରାଜ୍ୟ ସରକାର ଆଉ ମେଡିକାଲ କଲେଜରେ ଗର୍ଭପାତଜନିତ ନିଷ୍ପତ୍ତି ନିଆଯିବ । ସେଥିପାଇଁ ୧୧ ମେଡିକାଲ କଲେଜରେ ମେଡିକାଲ ବୋର୍ଡ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ବିଶେଷ ଭାବେ ୭ଟି ସ୍ୱତନ୍ତ୍ର ସ୍ଥିତିରେ ଯଥା ବଳାତ୍କାର ପରେ ଗର୍ଭଧାରଣ, ନାକାଳିକା ଗର୍ଭଧାରଣ, ମାନସିକ ବିକୃତ, ଋଗ୍‌ଣ ଭ୍ରୂଣ ଓ ମାତୃ ଜୀବନ ପ୍ରତି ବିପଦ ଆଦି କ୍ଷେତ୍ରରେ ପୂର୍ବରୁ କୋର୍ଟଙ୍କ ସ୍ୱତନ୍ତ୍ର ଭାବେ ଅନୁମତି ନେବାକୁ ପଡ଼ିଥିଲା । ହେଲେ କେନ୍ଦ୍ର ସରକାର ‘ଏମ୍‌ଟିପି’ ରୁଲ୍‌ରେ ପରିବର୍ତ୍ତନ ଆଣିଛନ୍ତି ।

 

Leave a comment