୧୦୦ ଟଙ୍କା ଲାଞ୍ଚନେଇ ଫସିଗଲେ ଡାକ୍ତର, ଭିଡିଓ ହେଉଛି ଭାଇରାଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ ବିରାଶାଳ  ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଡକ୍ତର ଜଣେ ରୋଗୀଙ୍କ ଠାରୁ ୧୦୦ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ  “ଟଙ୍କା ନେବା ମୋ ହକ୍‌। ପ୍ରାଇଭେଟ କାମ ପାଇଁ ଶହେ ଟଙ୍କା । କିନ୍ତୁ ସରକାରୀ କାମ ହେଲେ ଟଙ୍କାଟେ ବି ଦେବାକୁ ପଡ଼ିବନି।” ଡାକ୍ତର ସ୍ଥିତପ୍ରଜ୍ଞ ମହାନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି।

ସୂଚନା ଯୋଗ୍ୟ, ସେ ଜଣେ ବ୍ୟକ୍ତିଙ୍କଠାରୁ ୧୦୦ ଟଙ୍କା ଲାଞ୍ଚ ନେବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।ଡାକ୍ତର ସ୍ଥିତପ୍ରଜ୍ଞ ମହାନ୍ତି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନରେ ଆସିଥିବା ବେଳେ ଏହି ଭିଡିଓ ସୁଟ୍‌ ହୋଇଥିବା କୁହାଯାଉଛି। ଏହି ଭିଡିଓ ପ୍ରାୟ ମାସେ ପୂର୍ବେ ହୋଇଥିବା ବେଳେ କିଛି ଦିନ ହେବ ଏହା ଭାଇରାଲ ହେବାର ଲାଗିଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବଶ୍ୟକ ମେଡିକାଲ ଫିଟନେସ୍‌ ଡକ୍ୟୁମେଣ୍ଟରେ ଦସ୍ତଖତ ଲାଗି ଜଣକ ପିଛା ଡାକ୍ତର ନେଉଛନ୍ତି ୧୦୦ଟଙ୍କା। ୧୦୦ ଟଙ୍କା ନ ଦେଲେ ସେ ଏହି ଡକ୍ୟୁମେଣ୍ଟରେ ଦସ୍ତଖତ କରିବେ ନାହିଁ ବୋଲି ସଫା ସଫା ମନା କରିଦେଉଛନ୍ତି। ଏହି ଭିଡ଼ିଓର ସତ୍ୟତା ତଦନ୍ତ ହେଲେ ଜଣାପଡ଼ିବ।

Leave a comment