ରୋଗୀ ମୃତ୍ୟୁ ଭୟରେ ଡାକ୍ତର କଟିଲେ ତଣ୍ଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚିକିତ୍ସା ସମୟରେ ମହିଳା ରୋଗୀର ମୃତ୍ୟୁ ହୋଇଯିବାରୁ ଭୟରେ ନିଜ ତଣ୍ଟି କଟିଲେ ଡାକ୍ତର । ଏଭଳି ଏକ ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲାରେ ଘଟିଯାଇଛି ।

ସୂଚନା ଅନୁଯାୟୀ, ବରଗଡ଼ ବ୍ଲକ୍‌ ବନବାସ ପାଲି ଗାଁର ଲବଙ୍ଗ ସାହୁଙ୍କ ଦାନ୍ତରେ ଯନ୍ତ୍ରଣା ହେବାରୁ ତାଙ୍କ ପୁଅ ତାଙ୍କୁ ଖଜୁରଟିକ୍ରାରେ କ୍ଲିନିକ୍‌ କରିଥିବା ଡାକ୍ତର ସୁବୋଧ ସାହୁଙ୍କ ପାଖକୁ ନେଇଥିଲେ । ସେଠାରେ ସୁବୋଧ ଲବଙ୍ଗଙ୍କୁ ଇଞ୍ଜେକ୍‌ସନ୍‌ ଦେବାପରେ ଲବଙ୍ଗ ଚେତାଶୂନ୍ୟ ହୋଇଯାଇଥିଲେ । ସୁବୋଧଙ୍କ ଚେଷ୍ଟା ପରେ ମଧ୍ୟ ଲବଙ୍ଗଙ୍କ ଚେତା ଫେରିନଥିଲା । ଲବଙ୍ଗଙ୍କ ପୁଅ ଘରକୁ ଫୋନ କରି ଜଣାଇବା ପରେ ଘରଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମାତ୍ର ଡାକ୍ତର ଲବଙ୍ଗ କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଏନେଇ ଟାଉନ୍‌ ଥାନାରେ ଡାକ୍ତରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ କ୍ଲିନିକ୍‌ରେ ପହଞ୍ଚିଥିଲା । ଡାକ୍ତର ସୁବୋଧ ଭୟରେ ନିଜ କ୍ଲିନିକରେ ପୁଲିସ ଆଗରେ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବରଗଡ଼ ମୁଖ୍ୟ ଡାକ୍ତରଖାନା ଓ ପରେ ବୁର୍ଲା ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ତେବେ ତଦନ୍ତ ପରେ ଲବଙ୍ଗ ଙ୍କ ମୃତ୍ୟୁ କାହିଁକି ହୋଇଛି ଜଣାପଡିବ ବୋଲି ପୋଲିସ କହିଛି ।

Leave a comment