ଗିରଫ ହେଲେ ଲାଞ୍ଚୁଆ ଡାକ୍ତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡାକ୍ତର ସୁକାନ୍ତ ଜେନା ଗିରଫ ହୋଇଛି ଭିଜିଲାନ୍ସ ବିଭାଗ । ଗିରଫ ପରେ ଡାକ୍ତରଙ୍କୁ କୋର୍ଟ ଚାଲାଣ କରାଯାଇଛି । ବୁଧବାର ଅସ୍ତ୍ରୋପଚାର ପାଇଁ ଜଣେ ଗର୍ଭବତୀ ମହିଳାଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଗତକାଲି ତାଙ୍କ ଘରେ ଭିଜିଲାନ୍ସ ଚଢାଉ କରି ୧ କୋଟି ୧୨ ଲକ୍ଷ ଟଙ୍କା ଜବତ କରିଥିଲେ
ପ୍ରକାଶଥାଉ କି , ବୁଧବାର ସରକାରୀ ଡାକ୍ତରଙ୍କ ଘରୁ ୧ କୋଟି ୧୨ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ. ପୁରୀ ଜିଲ୍ଲା ଚାରିଛକ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସୁକାନ୍ତ କୁମାର ଜେନା ଜଣେ ଗର୍ଭବତୀଙ୍କ ଅସ୍ତ୍ରୋପଚାର ପାଇଁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟ୍ରାପ୍ କରିଥିଲା । ଏହାପରେ ତାଙ୍କ ଭୁବନେଶ୍ବର କଳାରାହାଙ୍ଗ ସ୍ଥିତ କସମୋ ଡୁପ୍ଲେକ୍ସରେ ଛାପା ପଡ଼ିଥିଲା । ଡାକ୍ତରଙ୍କ ଘରୁ ମିଳିଛି ବିଡ଼ା ବିଡ଼ା ୫ ଶହ ଏବଂ ୨ ହଜାର ଟଙ୍କିଆ ନୋଟ୍ । ଏତେ ପରିମାଣର ନଗଦ ଟଙ୍କା ମିଳିବା ପରେ ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିଲେ । ସରକାରୀ ଡାକ୍ତର ସୁକାନ୍ତ କୁମାର ଜେନାଙ୍କ ଅମାପ ସମ୍ପତ୍ତିର ଛାନଭିନ୍ ଚାଲିଥିବା ସୂଚନା ମିଳିଛି.