ବସିବା ସମୟରେ ଆପଣ ବି କ’ଣ ଗୋଡ ହଲାଉଛନ୍ତି କି ? ତେବେ ଗବେଷକଙ୍କ ମତରେ ଏହି କାରଣ ଯୋଗୁଁ ହୋଇପାରେ ଏଭଳି ଅଭ୍ୟାସ
କିଛି ଲୋକ ମାନଙ୍କର ବସିବା ସମୟରେ ଗୋଡ ହଲାଇବାର ଅଭ୍ୟାସ ରହିଥାଏ । ଏପରିକି ସେମାନେ ଯେଉଁ ସ୍ଥାନରେ ବସି ରୁହନ୍ତି ସେଠାରେ ଗୋଡ ହଲାଇବାରେ ଲାଗି ଯାଆନ୍ତି । ଏପରିକି ଶୋଇବା ସମୟରେ ମଧ୍ୟ ଗୋଡ ହଲାଇବାକୁ ଭୂଲନ୍ତି ନାହିଁ । କିନ୍ତୁ ଗବେଷଣା କହୁଛି ଯେ ଗୋଡ ହଲାଇବା କୌଣସି ଅଭ୍ୟାସ ନୁହେଁ ଏହା ଗୋଟିଏ ଗମ୍ଭୀର ରୋଗ ଅଟେ ।
ଗବେଷକଙ୍କ ମତ କିଛି ଏଭଳି ରହିଛି :
ଏଙ୍ଗଯାଇଟି ଡିସଅର୍ଡର କାରଣରୁ –
ଆମ ମାନଙ୍କ ମଧ୍ୟରୁ କିଛି ଲୋକ ଇଙ୍ଗାଯାଇଟି ଡ଼ିସଅର୍ଡର ଦ୍ୱାରା ଆକ୍ରାନ୍ତ ହୋଇ ଥାଆନ୍ତି l ସେଥିପାଇଁ ଯେତେବେଳେ ସେ କୌଣସି କଥାକୁ ନେଇ ଅଧିକ ଭାବନାରେ ହଜି ଯାଇଥାଏ ସେତେବେଳେ ଏହି ଗୋଡ଼ ହଲାଇବା ଦେଖା ଯାଇଥାଏ l ତେଣୁ ଏଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ l
ରେଷ୍ଟଲେସ ଲେଗସ ସିଣ୍ଡ୍ରୋମ –
ରେଷ୍ଟଲେସ ଲେଗସ ସିଣ୍ଡ୍ରୋମ ସମସ୍ୟା ସେତେବେଳେ ଦେଖା ଯାଇଥାଏ , ଯେତେବେଳେ ବ୍ୟକ୍ତିର ମସଲସ କଣ୍ଟ୍ରୋଲ ରୁ ବାହାରକୁ ଚାଲି ଯାଇଥାଏ l ଏହି ସମୟରେ ଲୋକେ ପାଦ ର କିଛି ଅସୁବିଧାରେ ଗତି କରି ଥାଆନ୍ତି l
ମଧୁମେହ ନ୍ୟୁରୋପାଥି –
ମଧୁମେହ ନ୍ୟୁରୋପାଥି ସମସ୍ୟାରେ ଗତି କରୁଥିବା ଲୋକେ ସର୍ବଦା ଗୋଡ଼ ହଲାଉଥିବାର ନଜର ଆସି ଥାଆନ୍ତି l ଯେତେବେଳେ କୌଣସି ବ୍ୟକ୍ତି ର ମଧୁମେହ ନିୟନ୍ତ୍ରଣ ରେ ରହି ନଥାଏ ଓ ଉଚ୍ଚ ରକ୍ତ ଶର୍କରା କାରଣରୁ ଧମନୀ ରେ ରକ୍ତ ସଂଚାଳନ ଠିକ ଭାବରେ ହୋଇ ନଥାଏ , ତେଣୁ ପାଦ ହଲାଇବା ଦେଖା ଯାଇଥାଏ l
ପର୍କିସନ ଦ୍ୱାରା ଆକ୍ରାନ୍ତ –
ପର୍କିସନ ରୋଗ ମଣିଷ ର ନର୍ଭ ସିଷ୍ଟମ ଠିକ ରହି ନଥାଏ l ଯାହାଦ୍ୱାରା ଲୋକଙ୍କ ଶରୀର ବେକାବୁ ହୋଇଯାଏ l ଗୋଡ଼ ହଲାଇବା ପର୍କିସନ ରୋଗର ସଂକେତ ଅଟେ ବୋଲି ଗବେଷଣା କହୁଛି l
ବଢି ଯାଇଥାଏ ହାର୍ଟ ଅଟାକ ସମ୍ଭାବନା –
ଗବେଷକ ଙ୍କ ଅନୁସାରେ ଗୋଡ଼ ହଲିବା କାରଣରୁ ହାର୍ଟ ଆଟାକ ବିପଦ ବଢି ଯାଇଥାଏ l ରେଷ୍ଟଲେସ ଲେଗ୍ସ ସିଣ୍ଡ୍ରୋମ ଦ୍ୱାରା ପୀଡିତ ବ୍ୟକ୍ତି ନିଦ ଆସିବା ପୂର୍ବରୁ ୨୦୦ ରୁ ୩୦୦ ଥର ନିଜର ଗୋଡ଼ ହଲାଇଥାଏ l ଏହି କାରଣରୁ ରକ୍ତଚାପ ଓ ହାର୍ଟ ବିଟ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ l ଆଗକୁ ଯାଇ ଏହା କାର୍ଡିଓବସ୍କୁଲର ରୋଗର ରୂପ ନେଇଥାଏ l