ଜାଣିଛନ୍ତି କି ଘରୁ ବାହାରିବା ପୂର୍ବରୁ କାହିଁକି ଖାଆନ୍ତି ଦହି ?

0

ଆପଣମାନେ ଜାଣିବେ ଘରୁ ବାହାରିବା ପୂର୍ବରୁ କାହିଁକି ଖାଆନ୍ତି ଦହି , ଆସନ୍ତୁ ଜାଣିବା ଆଧ୍ୟାତ୍ମିକ ଓ ବୌଜ୍ଞାନିକ ମହତ୍ଵ । ଆପଣ ଜାଣିଥିବେ ଘରୁ ବାହାରିବା ପୂର୍ବରୁ , କିଛି ଶୁଭ କାର୍ଯ୍ୟ ରେ ଜୀବା ପୂର୍ବରୁ ଦହି ଓ ଚିନି ଖାଇଲେ ଶୁଭ ବୋଲି କୁହାଯାଏ । ଅନେକ ଲୋକ ଏହି କଥାକୁ ମାନନ୍ତି ଘରୁ ବାହାରକୁ ଗଲେ ଦହି ଓ ଚିନି ଖାଇଥାନ୍ତି । ଆପଣ ଜାଣିଛନ୍ତି କି ଏହା କାହିଁକି କରାଯାଏ ।

ହିନ୍ଦୁ ଧର୍ମ ବା ସନାତନ ଧର୍ମ ରେ କିଛି ନିୟମ ରହିଛି , ସେହି ନିୟମ ମଧ୍ୟରେ ଆଧ୍ୟାତ୍ମିକ ଓ ବୌଜ୍ଞାନିକ ମହତ୍ଵ ରହିଛି । ଦହି ଖାଇବା ପଛରେ ବି କାରଣ ଅଛି ଆପଣମାନେ ଆଜି ଜାଣିବେ । ଯଦି ଆମେ ଶାସ୍ତ୍ରୀୟ ମହତ୍ଵ ଦେଖିବା ହିନ୍ଦୁ ଧର୍ମରେ ଦହି କୁ ଅମୃତ ବୋଲି କୁହାଯାଏ , କୋୖଣସି ଧର୍ମ କାର୍ଯ୍ୟ ହେଉ ବା ସେଥିରେ ପଞ୍ଚା ମୃତ ସେଥିରେ ଦହି, ଦୁଗ୍ଧ, ଘିଅ ,ମହୁ ଓ ଚିନି ଆଦି ପାଞ୍ଚଟି ଅମୃତକୁ ନେଇ ହୋଇଥାଏ । ଏହି ସବୁ ଜୀନିଷ ଶରୀର ଓ ସ୍ବାସ୍ୟ ପାଇଁ ଲାଭଦାୟକ।

ସେଥିପାଇଁ ପଞ୍ଚାମୃତ ପାନ କଲେ ବ୍ୟକ୍ତି ର ଦେହରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି ହୁଏ ଯାହା କୌଣସି କାମ କରିବା ଏବଂ ତାହା ସଫଳତା ହେବାରେ ସାହାଯ୍ୟ କରେ । ସେଥିପାଇଁ ଦହିକୁ ବହୁତ ଶୁଭ ପଦାର୍ଥ ବୋଲି କୁହାଯାଏ , କୋୖଣସି ଶ୍ରେଷ୍ଠ କାର୍ଯ୍ୟ କରିବା ପୂର୍ବରୁ ଖାଇଥାଉ । ଜୌତିଷ ଶାସ୍ତ୍ର ଅନୁସାରେ ଧଳା ରଙ୍ଗକୁ ଚନ୍ଦ୍ରର ପ୍ରତିକ ବୋଲି କୁହାଯାଏ ,ଚନ୍ଦ୍ରକୁ ମନର କାରକ ବୋଲି କୁହାଯାଏ । ଲୌକମାନ୍ୟତା ଅନୁସାରେ କୌଣସି କାର୍ଯ୍ୟ କରିବାକୁ ଧଳା ଜିନିଷ ଖାଇ ଗଲେ , ସେହି କାର୍ଯ୍ୟ ରେ ଆଗ୍ରହ ଆସିଥାଏ |

ସେଥିପାଇଁ ଦହି ଖାଇବା ଶୁଭ ଅଟେ ବୋଲି କୁହାଯାଏ । ଶାସ୍ତ୍ର ବା ଜ୍ୟୋତିଷ ମତ ବ୍ୟତିତ ଏହାର କିଛି ବୌଜ୍ଞାନିକ କାରଣ ମଧ୍ୟ ରହିଛି , ତାହା ହେଲା ଶ୍ଵାଥ୍ୟ ପାଇଁ ଦହି ବହୁତ ଭଲ ଅଟେ । ଏହା ଏସିଡିଟି ଓ ବଦହଜମିରୁ ମୁକ୍ତି ଦେଇଥାଏ , ସେଥିପାଇଁ ଘରୁ ବାହାରକୁ ବାହାରି ଗଲେ ଦହି ଖାଇବା କହନ୍ତି ଯାହା ଫଳରେ ଆପଣଙ୍କୁ ଏସିଡିଟି ଓ ବଦହଜମିରୁ ମୁକ୍ତି ଦେଇଥାଏ ।

ଏହା ଖାଇଲେ ଶରୀର ସୁସ୍ଥ ରହିବା ସହ ଏନାର୍ଜି ମିଳିଥାଏ ଯାହା ଫଳରେ ଆପଣ ଯେଉଁଠିକୁ ଯାଉଛନ୍ତି ମନ ଉଲ୍ଲସିତ ରହିବ, ଯଦି ମନ ଭଲ ରହିଲା କାର୍ଯ୍ୟ କରିବାକୁ ଭଲ ଲାଗିବ । ଏହି କାରଣ ପାଇଁ ଘରୁ ବାହାରିବା ସମୟରେ ଦହି ଖାଇବା ଉଚିତ୍ ।

 

Leave a comment