ଜାଣିଛନ୍ତି କି ଆଜିର କିଶୋର ପିଢ଼ି କାହିଁକି ଅଧିକ ଚିନ୍ତାଗ୍ରସ୍ତ ରହୁଛନ୍ତି ? ଏହାର ମୁଖ୍ୟ କାରଣ ହେଉଛି…

0

ସାରା ବିଶ୍ୱ ରେ ଆଜିକାଲି ସାମାଜିକ ଗଣମାଧ୍ୟମ ରେ ବନ୍ଧୁତା ଗୋଟିଏ ସହଜ ବନ୍ଧୁତା ମାଧ୍ୟମ ହୋଇ ଯାଇଛି l ଏଠାରେ ଲୋକେ ସହଜ ରେ କେବଳ ବନ୍ଧୁତା ବାନ୍ଧୁ ନାହାନ୍ତି ତା ଛଡା ଲାଇକ ଓ କମେଣ୍ଟ କୁ ନେଇ ମଧ୍ୟ ତାଙ୍କ ବନ୍ଧୁତା ନିର୍ଭର କରୁଛି l ଏହା ଅନଲାଇନ ଦୁନିଆର ମାପଦଣ୍ଡ ଯେ ସେମାନଙ୍କ ସହିତ ବନ୍ଧୁତା କରିବା ଓ ନା ଦୁରେଇ ରହିବା ଜରୁରୀ ନିର୍ଣ୍ଣୟ କରିଥାଏ l

– ଏହି ସମସ୍ୟାକୁ ବିଶ୍ୱର ୫୦ ପ୍ରତିଶତ କିଶୋର ମାନସିକ ଚାପ ରେ ରହୁଛନ୍ତି l ଏମାନଙ୍କ ମଧ୍ୟରେ ୩୦ ପ୍ରତିଶତ ପୁଅ ଓ ୨୦ ପ୍ରତିଶତ ଝିଅ ଅଟନ୍ତି l ହାବାର୍ଡ ବିଶ୍ୱବିଦ୍ୟାଳୟ ର ଗୋଟିଏ ଅଧ୍ୟୟନ ଅନୁସାରେ ଆଜିର କିଶୋର ମାନଙ୍କ ମଧ୍ୟରେ ବନ୍ଧୁତା କରିବାର ଲାଳସା ମଧ୍ୟ ବୃଦ୍ଧି ପାଉଛି l

– ଏହାର ଫଳ ସ୍ୱରୂପ ଖୁବ ଜଟିଳ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି l ଯଦି ନିଜ କ୍ଲାସ ର କୌଣସି ପିଲାର ପୋଷ୍ଟ ରେ ଅଧିକ ଲାଇକ ଓ କମେଣ୍ଟ ଆସୁଛି ତେବେ ଏହା ତାଙ୍କର ଭାବନାକୁ ଆଘାତ ଦେଉଛି l ଯାହାକି ସେମାନଙ୍କ ମନରେ ଅବସାଦ ଓ ଆକ୍ରୋଶ ର କାରଣ ହେଉଛି l

– କେବଳ ଏତିକି ନୁହେଁ କିଛିଟା ସମ୍ବେଦନ ଶିଳ ପୋଷ୍ଟ କିଶୋର ମାନଙ୍କ ମନରେ ଆଘାତ ଆଣିବା ସହିତ ଭାବନା କୁ ଆହତ କରୁଛି l ବେଳେବେଳେ ପରିସ୍ଥିତି ଏଭଳି ହୋଇ ଯାଉଛି ଯାହାକି ପିଲାଙ୍କୁ ବିପଥ ଗାମୀ କରୁଛି l

– ବେଳେବେଳେ ଏହି ପରିସ୍ଥିତି ଏତେ ଭୟଙ୍କର ହୋଇଯାଏ ଯେ ଯାହାଦ୍ୱାରା ଅତି ନିବିଡ଼ ବନ୍ଧୁ ମଧ୍ୟ ଶତ୍ରୁ ହୋଇଯାଏ l ଯାହା ଉଭୟଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବାର ମୁଖ୍ୟ କାରଣ ଅଟେ l

– ଅନଲାଇନ ଯୁଗରେ ପିଲାମାନେ ଅନେକ ସମୟରେ କିଛିଟା ଅଜଣା ଲୋକଙ୍କ ସହିତ ନିଜର ବନ୍ଧୁତା ବଢ଼ାଇ ଅସୁବିଧାର ସମୁଖୀନ ହେଉଛନ୍ତି, ସେଥିପ୍ରତି ପିତାମାତା ଦୃଷ୍ଟି ଦେବା ଜରୁରୀ l

– ପିତାମାତା ନିଜ ସନ୍ତାନ ମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବା ଆବଶ୍ୟକ l ନିଜ ସନ୍ତାନ ସହିତ ନିବିଡ଼ ହୋଇ ସେମାନଙ୍କୁ କାଉନସେଲିଂ କରିବା ନିହାତି ଜରୁରୀ l

– ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟବହାର ଓ ସୁସମ୍ପର୍କ ଯଦି ପିତାମାତା ଓ ସନ୍ତାନ ମଧ୍ୟରେ ରହିବ ତେବେ ଯାଇ ପିଲାମାନେ ଗୋଟିଏ ସୁନ୍ଦର ଜୀବନ ବିତାଇବାରେ ସଫଳ ହେବେ ସେଥିପ୍ରତି ଧ୍ୟାନ ଦେବା ଜରୁରୀ l

Leave a comment