ଘରେ ଏଭଳି ଜିନିଷ ରହିଛି କି ? ଜଲଦି ଜଲଦି ଘରୁ କାଢି ଦିଅନ୍ତୁ, କାରଣ ଏହି ଜିନିଷ କାରଣରୁ ଘରେ ଲାଗିରହିଥାଏ ଅଶାନ୍ତି

0

ଜାଣିଥିବେ ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଯଥେଷ୍ଟ ମହତ୍ତ୍ଵ ରହିଛି। ପ୍ରାୟତଃ ଲୋକେ ନିଜ ଘରକୁ ସାଜସଜ୍ଜାର ବିଭିନ୍ନ ଜିନିଷ ଦ୍ୱାରା ସଜାଇ ଥାଆନ୍ତି। ଘରର କଣ ସ୍ଥାନ ଗୁଡ଼ିକୁ ସଫାସୁତୁରା ରଖିବା ସହ ସେଠାରେ ମଧ୍ୟ ବିଭିନ୍ନ ଜିନିଷ ସଜାଇ ଥାଆନ୍ତି। ସୁନ୍ଦର ସୁନ୍ଦର ଫୁଲ ଓ ରଙ୍ଗର ମଧ୍ୟ ବ୍ୟବହାର କରାଯାଏ। ମାତ୍ର ଅନେକ ସମୟରେ ବାସ୍ତୁ ଦୋଷ ଜନିତ କିଛି କଥା ପ୍ରତି ଧ୍ୟାନ ନ ଦେଇ ଏପରି କିଛି ଜିନିଷ ଘରେ ରଖିଥାଆନ୍ତି , ତାହା ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ଯଦି ଜୀବନ ଅସୁବିଧାରେ ପରିପୂର୍ଣ୍ଣ ହୋଇଯାଏ ଓ ଏଥିରୁ ମୁକୁଳିବାର କୌଣସି ଉପାୟ ନ ମିଳେ ତା’ହେଲେ ତୁମ ଘରେ ପଡ଼ିଥିବା ଜିନିଷ ଉପରେ ନଜର ପକେଇବାକୁ ହେବ।

ସାଧାରଣତଃ ଗୃହରେ ଏଭଳି କିଛି ଜିନିଷ ପଡ଼ିରହିଥାଏ,ଯାହାର କୌଣସି ଆବଶ୍ୟକତା ନଥାଏ।ତେବେ ଏହିଭଳି ଅଦରକାରୀ ଜିନିଷ ହିଁ ଗୃହରେ ନକାରାତ୍ମକତା ବିସ୍ତାର କରିଥାଏ।ଯଦି କୌଣସି କାର୍ଯ୍ୟକୁ ବାରମ୍ବାର ପ୍ରୟାସ ପରେ ମଧ୍ୟ ତାହା ସଫଳ ହୋଇନଥାଏ ।ତେବେ ଏହା ସୂଚାଇ ଥାଏ ଯେ ଗୃହରେ କୌଣସି ବାସ୍ତୁ ଦୋଷ ରହିଛି।ତେବେ ଆସନ୍ତୁ ସେଭଳି କିଛି ଜିନିଷ ବିଷୟରେ ଜାଣିବା ଯାହାକୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ରଖିବା ଅନୁଚିତ।

ଅସୁସ୍ଥ ଥିବା ସମୟରେ ଅନେକ ଲୋକ ମେଡ଼ିସିନ ଖାଇଥାନ୍ତି।କିନ୍ତୁ ସୁସ୍ଥ ହେବାପରେ ମଧ୍ୟ ସେହି ମେଡିସିନ ଗୁଡ଼ିକ ବଳିପଡେ ଓ ସେଗୁଡା ଘରେ ପଡ଼ିରହି ଥାଏ।

ତେବେ ଏଭଳି ମେଡିସିନକୁ ସୁସ୍ଥ ହେବାପରେ ଫୋପାଡିଦେବା ଉଚିତ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଦରକାରୀ ମେଡିସିନ ଗୃହରେ ରୋଗ ବଢାଇଥାଏ ବୋଲି ବିଶ୍ୱାସ କରାଯାଏ। ଵାସ୍ତୁଶାସ୍ତ୍ର ଅନୁଯାୟୀ, ବୁଡ଼ି ଯାଉଥିବା ଜାହାଜ ଇତ୍ୟାଦିର ଚିତ୍ର ଘରେ ରଖିବା ଉଚିତ୍ ନୁହେଁ। ସେସବୁକୁ ନିରାଶାର ପ୍ରତୀକଭାବେ ବିବେଚନା କରାଯାଏ। ତେଣୁ, ଏହିପରି ଚିତ୍ରଗୁଡ଼ିକୁ ଘରର ସାଜସଜ୍ଜାରେ ରଖିବାକୁ ଦିଅନ୍ତୁ ନାହିଁ। ଏହିପରି ଫଟୋ, ଚିତ୍ରଗୁଡ଼ିକ ମନରେ ନକାରାତ୍ମକ ଚିନ୍ତାଧାରା ବଢାଇପାରେ ଓ ନିରାଶା ସୃଷ୍ଟି କରିପାରେ।

ସେହିଭଳି ଯେଉଁ ଘରେ ଭଙ୍ଗା ମୂର୍ତ୍ତି ବା ଅନ୍ୟାନ୍ୟ ଜିନିଷ ଅଛି, ସେଠାରେ ସୁଖ ଶାନ୍ତି ରୁହେ ନାହିଁ। ବାସ୍ତୁଶାସ୍ତ୍ର ବ୍ୟତୀତ ଏହାକୁ ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଏକ ଅଶୁଭ ଲକ୍ଷଣ ଭାବରେ ବିବେଚନା କରାଯାଏ। ଏହା ହେଲେ ଗୃହର ସଦସ୍ୟମାନଙ୍କ ଦୁର୍ଭାଗ୍ୟ ଆରମ୍ଭ ହୁଏ। ସର୍ବଦା ଘରକୁ ସଫା ସୁତୁରା ରଖିବା ଅତ୍ୟନ୍ତ ଜରୁରୀ ବୋଲି ବାସ୍ତୁଶାସ୍ତ୍ର କୁହେ। ବିଶ୍ୱାସ କରାଯାଏ ଯେ ଯଦି ଘରେ ମଇଳା ଥାଏ, ତେବେ ନକାରାତ୍ମକ ଶକ୍ତି ଘର ଆଡକୁ ଆକର୍ଷିତ ହୋଇଥାଏ। ଯେଉଁଘରେ ଆବର୍ଜନା ଥାଏ ସେଠାକୁ ମାତାଙ୍କ ଆଗମନ ହୁଏ ନାହିଁ। ସେହିଭଳି ସନ୍ଧ୍ୟାରେ ଘରେ ଅନ୍ଧକାର ରଖିବା ଉଚିତ୍ ନୁହେଁ ବୋଲି ବାସ୍ତୁଶାସ୍ତ୍ର ବିଚାର କରେ।

Leave a comment