ଆପଣଙ୍କୁ ସବୁବେଳେ ଅଧିକ କ୍ରୋଧ ଆସୁଛି କି ? ତେବେ ଏଥିରୁ ନିବୃତ ହେଵା ପାଇଁ ଆପଣାନ୍ତୁ ଏହି ଉପାୟ
ଆଜିର ଜୀବନଶୈଳୀ ଓ କାର୍ଯ୍ୟ ର ବୃଦ୍ଧି କାରଣରୁ ମଣିଷ ବ୍ୟବହାର ରେ ଦୃତ ଭାବରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଯାହାଦ୍ଵାରା ଆଜିକାଲି ର ଯୁବା ବୟସରେ ବ୍ୟକ୍ତି ମାନଙ୍କ ର ବଢୁଥିବା କ୍ରୋଧ ସେଥି ମଧ୍ୟରୁ ଗୋଟିଏ । କ୍ରୋଧ ଆସିବା ସ୍ୱଭାବିକ ଏହା ମଣିଷ ର ଗୋଟିଏ ପବୃତି ଅଟେ , କିନ୍ତୁ ଅତ୍ୟଧିକ କ୍ରୋଧ ଶରୀର ପକ୍ଷରେ ଖୁବ୍ କ୍ଷତି କାରକ ।
ମଣିଷ ଯେତେବେଳେ କ୍ରୋଧ କରିଥାଏ ସେତେବେଳେ ତାର ପାଟିରୁ ଆଜେ ବାଜେ କଥା ବାହାରି ଥାଏ । କ୍ରୋଧ ଆସିବା ଦ୍ବାରା ଷ୍ଟ୍ରେସ ବୃଦ୍ଧି ହୋଇଥାଏ ଏବଂ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇଥାଏ ।
କ୍ରୋଧ କୁ ଶାନ୍ତ କରିବାର ରହିଛି କଣ ସବୁ ଉପାୟ -:
-ଯେତେବେଳେ ଆପଣଙ୍କୁ ଅଧିକ କ୍ରୋଧ ଆସିଥାଏ ସେତେବେଳେ ଆପଣ ନିଜ କ୍ରୋଧ କୁ ନିୟନ୍ତ୍ରଣ କରିବା ପାଇଁ ୩ଥର ଦୀର୍ଘ ନିଃଶ୍ୱାସ ନିଅନ୍ତୁ । ଏହାପରେ କିଛି ସମୟ ଶାନ୍ତ ହୋଇ ବସନ୍ତୁ । ଦେଖିବେ କ୍ରୋଧ ଧୀରେ ଧୀରେ ନିୟନ୍ତ୍ରଣ ହୋଇଯିବ ।
-ଯଦି ଆପଣ ନିଜ କ୍ରୋଧ କୁ ନିୟନ୍ତ୍ରଣ କରିବା ପାଇଁ ଚାହୁଁଛନ୍ତି ତେବେ କ୍ରୋଧ ଆସିବା ମାତ୍ରକେ ପାଣି ପିଅନ୍ତୁ । ଏହାପରେ କିଛି ସମୟ ପାଇଁ ଚାଲନ୍ତୁ ଏହା ଆପଣଙ୍କ ଭାବନାକୁ ନିୟନ୍ତ୍ରଣ କରିବ ଏବଂ ମନରେ ସକାରାତ୍ମକ ଭାବନା ଆଣିବ ।
-କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଗୋଟିଏ ଖୁବ୍ ଭଲ ଉପାୟ ହେଲା ଯୋରେ ଗୀତ ଗାଆନ୍ତୁ କିମ୍ବା ଗୀତ ଶୁଣନ୍ତୁ । ଏହା ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ କରିବାର ଗୋଟିଏ ଭଲ ଉପାୟ ଅଟେ ।
-ଗବେଷଣା କହୁଛି ଯେ ମଣିଷ ଯେତେବେଳେ କ୍ରୋଧ ରେ ରହିଥାଏ ନିଜ କାମ ଉପରେ ଫୋକସ୍ କରିପାରି ନଥାଏ । ତେଣୁ ଯଦି ଆପଣ ଅଫିସ କିମ୍ବା ନିଜ କାର୍ଯ୍ୟାଳୟ ରେ ଅଛନ୍ତି ଏବଂ ଆପଣଙ୍କୁ କ୍ରୋଧ ଆସୁଚି ତେବେ ନିଜ ପ୍ରିୟ ସହକର୍ମୀ ଙ୍କ ସହିତ ମନଖୋଲି କଥା ହୁଅନ୍ତୁ , ନଚେତ୍ କିଛି ଏଭଳି ଲୋକ ଙ୍କ ସହିତ କଥା ହୁଅନ୍ତୁ ଯେଉଁ ମାନଙ୍କ ର ଆପଣ ଖୁବ୍ ପ୍ରିୟ ଅଟନ୍ତି ।
-କ୍ରୋଧ କୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ଖୁବ୍ ଭଲ ଉପାୟ ହେଲା କିଛିଟା ଜିନିଷ ନିଜ ପାଇଁ କିଣାକିଣି କରିବା ଅର୍ଥାତ୍ ନିଜ ପାଇଁ ସପିଙ୍ଗ କରିବା । ଏହା ଆପଣଙ୍କ କ୍ରୋଧ କୁ ନିୟନ୍ତ୍ରଣ କରିବ । ଏହାଛଡା ଆପଣ ବଜାରରେ କିଛିଟା ଅଜଣା ଲୋକ ଙ୍କୁ ଦେଖିବା ଦ୍ଵାରା ମନ ର ଭାବରେ ପରିବର୍ତନ ହେବ । ନଚେତ୍ ପାର୍କ କୁ କିଛି ସମୟ ପାଇଁ ବୁଲି ଯାଆନ୍ତୁ । ଏହା ଆପଣଙ୍କୁ ମାନସିକ ଦୃଷ୍ଟିରୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ।