ଆପଣ ମଧ୍ୟ ଟିଭି କିମ୍ବା ମୋବାଇଲ ଦେଖି ଦେଖି ଖାଦ୍ୟ ଖାଉଛନ୍ତି କି ? ତେବେ ଭୁଲରେ କରନ୍ତୁ ନାହିଁ ଏଭଳି, ନହେଲେ…

0

ଆମେ ସମସ୍ତଙ୍କର ପ୍ରାୟ ଅଭ୍ୟାସ ଅଛି ଖାଇବା ସମୟରେ ଟିଭି ଦେଖିବା , କିନ୍ତୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ । କାରଣ ଏହାଦ୍ବାରା ସ୍ବାସ୍ଥ୍ୟ ବସ୍ଥା ପ୍ରଭାବିତ ହୋଇଥାଏ । ଏହା କେବଳ ବୟସ୍କ ମାନଙ୍କ ପାଇଁ ନୁହେଁ , ଏହା ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇ ଥାଏ । ଏନଭାଇରୋମେଣ୍ଟଲ ଯର୍ଣାଲ୍ ଅଫ ହେଲ୍ଥ ନାମରେ ପ୍ରତିଷ୍ଠିତ ମାଗାଜିନ୍ ରେ ପିଲା ମାନଙ୍କ ଖାଇବା ପିଇବା ଉପରେ ଗୋଟିଏ ଗବେଷଣା ହୋଇଥିଲା । ଏଥିରେ ଆଜିକାଲି ପିଲାମାନେ ଖାଇବା ସମୟରେ ମୋବାଇଲ ଓ ଟିଭି ଦେଖୁ ଥିବାର ଦେଖିବାକୁ ମିଳିଥାଏ ।

ଏହି ଅଭ୍ୟାସ ପିତାମାତା ଦେଖିବା ପରେ ମଧ୍ୟ ନିଜ ପିଲା ମାନଙ୍କୁ ଧ୍ୟାନ ନଦେଇ ଅଣଦେଖା କରିଥାଆନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ଏହା ଉଭୟ ବୟସ୍କ , ଯୁବକ ଓ ଛୋଟ ପିଲାଙ୍କ ର ଅନେକ ଶାରିରୀକ ସମସ୍ୟା ଦେଖା ଦେଇଥାଏ । ଯଦି ଆପଣ ଏଭଳି ନକରୁଛନ୍ତି ତେବେ ଓବେଶିଟି , ପେଟ ସମସ୍ୟା , ନିଦ୍ରା ହୀନତା , ମନ ବିଚଳିତ ରହିଥାଏ ।

ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ- ଖାଦ୍ୟ ଖାଇବା ସମୟରେ ଆମେ ଯଦି ଟିଭି କିମ୍ବା ମୋବାଇଲ୍ ଦେଖିଠାଉ ତେବେ ଆମର ସମ୍ପୂର୍ଣ୍ଣ ଧ୍ୟାନ ମୋବାଇଲ ଓ ଟିଭି ଉପରେ ରହିଥାଏ । ଯାହାଦ୍ଵାରା ଆମର ମେଟାବୋଲିଯିମ୍ ପ୍ରଭାବିତ ହୋଇଥାଏ ଓ ମେଦ ବହୁଲତା ସମସ୍ୟା ଦେଖା ଦେଇଥାଏ । ଯଦି ଆପଣ ନିୟମିତ ନିଜର ଏହି ଅଭ୍ୟାସ କୁ କାର୍ଯ୍ୟରେ ଲଗାଉଛନ୍ତି ତେବେ ହାର୍ଟ ସମସ୍ୟା , ରକ୍ତ ଚାପ ବୃଦ୍ଧି ଓ ଅନେକ ଗୁଡ଼ିଏ ଶାରିରୀକ ସମସ୍ୟା ଦେଖା ଦେଇଥାଏ ।

ପେଟ ସମସ୍ୟା – ଖାଇବା ସମୟରେ ଆମେ ଯଦି ଅଧିକ ସମୟ ଧ୍ୟାନ ଟିଭି ସ୍କ୍ରିନ ଓ ମୋବାଇଲ ସ୍କ୍ରିନ ରେ ନଜର ରଖିଥାଉ ଆମେ ଠିକ୍ ଭାବରେ ଖାଦ୍ୟକୁ ଚୋବାଇ ଖାଇ ପାରି ନଥାଉ । ସେଥିପାଇଁ ଅପଚ , ଗ୍ୟାସ୍ , ଏସିଡିଟି ପ୍ରଭୃତି ସମସ୍ୟା ଦେଖା ଦେଇଥାଏ । ଯାହାଦ୍ଵାରା ଓଜନ ବୃଦ୍ଧି ମଧ୍ୟ ହୋଇଥାଏ ।

ଓଜନ ବୃଦ୍ଧି ହୋଇଥାଏ -ଗୋଟିଏ ଗବେଷଣା ରେ କୁହାଯାଇଛି ଯେ ଯେତେବେଳେ ବ୍ୟକ୍ତି ଖାଉ ଥାଏ ଓ ମୋବାଇଲ ଓ ଟିଭି ଦେଖୁଥାଏ ଅନ୍ୟମନସ୍କ ହୋଇ ଅଧିକ ଭୋଜନ ଖାଇଥାଏ । ଯାହା ତାର ମେଦ ବହୁଳତା ର କାରଣ ଅଟେ ।

ନିଦ ପ୍ରଭାବିତ ହୋଇଥାଏ – କାହିଁକି ନା ଆମେ ଖାଇବା ସମୟରେ ମୋବାଇଲ ଓ ଟିଭି ଦେଖି ଅନ୍ୟମନସ୍କ ରହୁଥାଉ ଓ ବେଳେବେଳେ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ମଧ୍ୟ ଖାଇଥାଉ । ଯାହାଦ୍ଵାରା ଟିଭି ଓ ମୋବାଇଲ ର ପ୍ରଭାବ ଆମର ପାଚନ ସମସ୍ୟା ଓ ନିଦକୁ ପ୍ରଭାବିତ କରିଥାଏ ।

ଛୋଟ ପିଲାଙ୍କ ନିଦ ସମସ୍ୟା ପ୍ରଭାବିତ ହେବା ସହ ମନ ବିଚଳିତ ହେଉଥାଏ- ଖାଇବା ସମୟରେ ମାତା ପିତା ନିଜ ପିଲାଙ୍କୁ ମୋବାଇଲ ଦେଖାଇ ଥାଆନ୍ତି । ଯାହାକି ଛୁଆ ଙ୍କ ନିଦ କୁ ପ୍ରଭାବିତ କରିଥାଏ ଏବଂ ଖାଦ୍ୟ ହଜମ ହେବାରେ ବାଧା ସୃଷ୍ଟି ହୋଇ ବାନ୍ତି ସମସ୍ୟା ଦେଖା ଦେଇଥାଏ । ତେଣୁ ପିତାମାତା ସେଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

Leave a comment