ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ଘରେ ରଖନ୍ତୁ ନାହିଁ ଏହି ଜିନିଷ; ନହେଲେ ବଢିବ କରଜ

0

ବାସ୍ତୁ ଶାସ୍ତ୍ରରେ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଅନେକ ପ୍ରକାର ଉପାୟ ବିଷୟରେ କୁହାଯାଇଛି। ଏହି ଉପାୟ କରିବା ଦ୍ୱାରା ବାସ୍ତୁ ଦେବତା ପ୍ରସନ୍ନ ହୋଇଥାନ୍ତି। ଏହାସହିତ ବାସ୍ତୁ ଦେବତାଙ୍କ କୃପା ମଧ୍ୟ ରହିଥାଏ ଏବଂ ଘରେ ସକାରାତ୍ମକତା ଆସିଥାଏ। ସକାରାତ୍ମକ ଉର୍ଜା ରହିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ଏବଂ ଶାନ୍ତି ବୃଦ୍ଧି ହୋଇଥାଏ।

– ଘରର କାନ୍ଥରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଘରେ ଦେବତା ବାସ କରିଥାନ୍ତି। ହଳଦୀ ଏବଂ ଚନ୍ଦନରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ଘରର ସୁନ୍ଦରତା ବଢିଥାଏ।

– ଘରେ କିମ୍ବା ଦୀପାବଳି ସମୟରେ ଘର କାନ୍ଥରେ କୌଣସି ହିଂସକ ପଶୁର ଚିତ୍ର କରିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ ମନମାଳିନ୍ୟ ହୁଏ।

– ଘରେ ପିଲାଙ୍କ ମଧ୍ୟରେ ଉତ୍ସାହ, ଉର୍ଜା ଏବଂ ଖୁସି ରଖିବା ପାଇଁ ଘରର ପୂର୍ବ ଦିଗରେ ସୂର୍ଯ୍ୟ ଦେବତାଙ୍କ ଚିତ୍ର ଲଗାଇବା ଜରୁରୀ।

– ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କୌଣସି ମଧ୍ୟ କୋଣ ମଇଳା ହେବା ଉଚିତ ନୁହେଁ। ଏହା ସବୁବେଳେ ସୁଗନ୍ଧିତ ରହିବା ଜରୁରୀ। ଏମିତି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ସଂଚାରିତ ହୁଏ। ଉନ୍ନତି ମାର୍ଗ ଖୋଲିଯାଏ।

– ଅମାବାସ୍ୟା ଦିନ ଘରକୁ ସଫା ସୁତରା ରଖନ୍ତୁ।

– ଘରେ ପୋଛା ମାରିବା ସମୟରେ ପାଣିରେ ଅଳ୍ପ ହଳଦୀ ପକାଇ ଦିଅନ୍ତୁ।

– ପ୍ରତିଦିନ ଘରେ କପୁର ଜଳାନ୍ତୁ। ଏମିତି କଲେ ଧନ ବୃଦ୍ଧି ହୋଇଥାଏ।

– ଘରର ଆଲମାରୀରେ କେତେକ ବି ପରଫ୍ୟୁମ ରଖନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଅଶୁଭ ହୋଇଥାଏ।

– ଘରେ ବର୍ଷକୁ ୨ ଥର ହୋମ ଯଜ୍ଞ କରାନ୍ତୁ। ଏମିତି କରିବା ଦ୍ୱାରା ବାସ୍ତୁ ଦେବତା ଅତି ପ୍ରସନ୍ନ ହୋଇଥାନ୍ତି, ତାହା ହିତ ସକାରାତ୍ମକ ଶକ୍ତି ଆସିଥାଏ।

– ଶୋଇବା ରୁମରେ ପାଣି ରଖନ୍ତୁ ନାହିଁ। ଏମିତି କରିବା ଦ୍ୱାରା ପରିବାର କରଜ ଏବଂ ଉଧାରରେ ବୁଡି ରୁହେ।

Leave a comment